Categories: ଜାତୀୟ

ଏହି ରାଜ୍ୟରେ ପେଟ୍ରୋଲ-ଡିଜେଲ ହେବ ୨୫ ଟଙ୍କା ଶସ୍ତା, ତେବେ ଏଭଳି ସର୍ତ୍ତ…

ରାଞ୍ଚି, ୨୯।୧୨: ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାର ପକ୍ଷରୁ ପେଟ୍ରୋଲ-ଡିଜେଲ ୨୫ ଟଙ୍କା ଶସ୍ତା ହେବା ନେଇ ଘୋଷଣା କରାଯାଇଛି। ତେବେ ଏଥିପାଇଁ ସର୍ତ୍ତ ରହିଛି। ୨୦୨୨ ଜାନୁୟାରୀ ୨୬ରୁ ରାଜ୍ୟରେ ବିପିଏଲ୍‌ କାର୍ଡ ଧାରକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି। ରାଜ୍ୟ ପେଟ୍ରୋଲ ଏବଂ ଡିଜେଲ ସଂଘ ପକ୍ଷରୁ ଭାଟ୍‌ ହ୍ରାସ ପାଇଁ ଲଗାତାର ଦାବି ହୋଇ ଆସୁଥିଲା। ଭାଟ୍‌ ୫ ପ୍ରତିଶତ କମାଇବା ଲାଗି ସଂଘ ଦାବି କରୁଥିଲା। ସଂଘ ପକ୍ଷରୁ କୁହାଯାଇଥିଲା ଯେ, ସରକାର ଭାଟ୍‌ ୨୨ ପ୍ରତିଶତରୁ ୧୭ ପ୍ରତିଶତ କଲେ ଉପଭୋକ୍ତାଙ୍କ ପାଇଁ ସୁବିଧା ହୁଅନ୍ତା।

ସଂଘର ଅଧ୍ୟକ୍ଷ ଅଶୋକ ସିଂ କହିଛନ୍ତି ଯେ, ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା। ଏହା ସହିତ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ସେ ସାକ୍ଷାତ୍‌ କରିଥିଲେ। ରାଜ୍ୟରେ ୧୩୫୦ ପେଟ୍ରୋଲ ପମ୍ପ୍‌ ରହିଛି। ଏହା ସହିତ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କ ଜୀବନଜୀବିକା ଯୋଡ଼ି ହୋଇ ରହିଛି। ଭାଟ୍‌ ଦରୀ ହ୍ରାସ ପାଇଲେ କାରବାର ବୃଦ୍ଧି ହୋଇ ଏସବୁ ପରିବାର ବେଶ୍‌ ଉପକୃତ ହେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ବିପିଏଲ୍‌ କାର୍ଡ ଧାରକଙ୍କ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Share