ମେଲବୋର୍ନ, ୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଥିବା ବକ୍ସିଂ ଡେ’ ଟେଷ୍ଟର ତୃତୀୟ ଦିନରେ ଅଧିନାୟକ ଅଜିଙ୍କେ ରାହାଣେ ୧୧୨ ରନ୍ରେ ଆଉଟ୍ ହୋଇଥିଲେ। ସାଥୀ ରବିନ୍ଦ୍ର ଜାଡେଜାଙ୍କ ଭୁଲ ଦ୍ୱାରା ରାହାନେ ଆଉଟ ହୋଇଥିଲେ, କିନ୍ତୁ ଏହା ପରେ ଜାଡେଜାଙ୍କୁ ପଡ଼ିଆରେ ସାନ୍ତ୍ୱନା ଦେଇ ପଡିଆରୁ ଫେରିଥିଲେ। ସୋସିଆଲ ମିଡିଆରେ ରାହାନେଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ତାଙ୍କ ଭୁଲ ଦ୍ୱାରା ରାହାନେ ଆଉଟ ହେବା ପରେ, ଜାଡେଜାଙ୍କ ମୁହଁରେ ନିରାଶା ଭାବ ଦେଖାଯାଇଥିଲା, ଅଧିନାୟକ ତାଙ୍କ ନିକଟକୁ ଯାଇ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ରାହାନେ ଏବଂ ଜାଡେଜାଙ୍କ ଏହି ମୁହୂର୍ତ୍ତର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକଙ୍କ ହୃଦୟ ମଧ୍ୟ ଜିତୁଛି। ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚର ତୃତୀୟ ଦିନରେ ଅଜିଙ୍କେ ରାହାନେ ୧୦୪ ଏବଂ ରବିନ୍ଦ୍ର ଜାଡେଜା ୪୦ ରନରୁ ଖେଳିବା ଆରମ୍ଭ କରିଥିଲେ। ଜାଡେଜା ସର୍ଟ କଭରରେ ଖେଳି ଏକ ରନ ପାଇଁ ଦୌଡିଥିଲେ ।ରାହାନେ ମଧ୍ୟ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି କ୍ରିଜରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା ହୋଇପାରି ନ ଥିଲା। ପ୍ରଥମ ଟେଷ୍ଟରେ ଅଧିନାୟକ ବିରାଟ କୋହଲି ଅଜିଙ୍କେ ରାହାନେଙ୍କ ଭୁଲ ଯୋଗୁ ରନ୍ ଆଉଟ୍ ହୋଇଥିଲେ। ଭୁଲ ପାଇଁ ରାହାନେ ବିରାଟ କୋହଲିଙ୍କୁ କ୍ଷମା ମାଗଥିଲେ। ଏବେ ଜାଡେଜାଙ୍କ ଭୁଲ ଯୋଗୁ ରାହାନେ ଆଉଟ ହୋଇଗଲେ, ସେତେବେଳେ ସେ ଭାବନାକୁ ବୁଝି ଜାଡେଜାଙ୍କୁ ସାନ୍ତ୍ୱନା ଦେଉଥିବାର ଦେଖାଯାଇଥିଲା। ଏହି ଟେଷ୍ଟରେ ଭାରତ ପ୍ରଥମ ଇନିଂଶରେ ୧୩୧ ରନ୍ରେ ଅଗ୍ରଣୀ ହାସଲ କରିଛି।
Nice gesture from Rahane, he was encouraging Jadeja after the mistake which lead to the wicket through runout of the captain. pic.twitter.com/m9Fv0SP5QT
— Johns. (@CricCrazyJohns) December 28, 2020