ଏଇ ଭାରତରେ

ରାସ୍ତା କଡ଼ରେ ବସିଥିବା ବେସାହାରା ଜଣେ ବୃଦ୍ଧଙ୍କୁ ଦେଖିଲେ ମାନସିକ ରୋଗୀ ବୋଲି ଭାବି ଅନେକେ ଚାଲିଯାଆନ୍ତି। କିନ୍ତୁ ସେମାନେ ବି ସାମାନ୍ୟ ଜୀବନର ହକ୍‌ଦାର, ସେମାନଙ୍କର ପରିବାର ଥାଇପାରେ ବୋଲି କେହି ଚିନ୍ତା କରନ୍ତି ନାହିଁ। ତଥାପି ସମାନଙ୍କୁ ସମାଜରେ ଭାଗୀଦାରି କରି ଏକ ଭଲ ଜୀବନ ଜିଇବାର ସୁଯୋଗ ଦେଉଥିବା କ୍ୱଚିତ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ହରିୟାଣା ମାଧରପୁର ଯମୁନାନଗରର ୩୩ ବର୍ଷୀୟ ସର୍ଦ୍ଦାର ଜସକିରତ ସିଂ। କେବଳ ଜସ୍‌କିରତ ନୁହନ୍ତି, ତାଙ୍କ ଦାଦା ସର୍ଦ୍ଦାର ଯୋଗୀନ୍ଦର ସିଂ ଓ ମାତାପିତା ବଲବିନ୍ଦର କୌର ଓ ସର୍ଦ୍ଦାର ଜିତେନ୍ଦର ସିଂଙ୍କ ସହ ପୂରା ପରିବାର ଅସହାୟ ବୃଦ୍ଧମାନଙ୍କ ସେବାରେ ଲାଗିଛନ୍ତି। ଏମାନେ ମିଶି ଏକ ସେଲ୍‌ଟର ହୋମ୍‌ ଚଳାଉଛନ୍ତି। ଘରଛାଡ଼ି ଚାଲି ଆସିଥିବା କିମ୍ବା ଅସହାୟ ଅବସ୍ଥାରେ ରାସ୍ତାକଡ଼ରେ ରହୁଥିବା ବୃଦ୍ଧମାନଙ୍କୁ ଉଦ୍ଧାର କରି ଏଠାରେ ଆଶ୍ରୟ ଦେଉଛନ୍ତି। ୨୦୧୭ରେ ଜସ୍‌କିରତ ଏହି ସେଲ୍‌ଟର ହୋମ୍‌ ଆରମ୍ଭ କରିଥିଲେ। ଆରମ୍ଭରେ ତାଙ୍କ ପାଖରେ ୫ ଜଣ ଥିଲେ ଏବଂ ଏବେ ୧୦୬ ଜଣ ରହୁଛନ୍ତି। ସେମାନଙ୍କ ପାଇଁ ପ୍ରତି ମାସରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ବହୁ ଲୋକ ଦାନ କରୁଛନ୍ତି। ବଡ଼ କଥା ହେଉଛି ବୃଦ୍ଧମାନଙ୍କ ସେବା ଯନତ୍ ପରେ ଅନେକଙ୍କୁ ସେମାନଙ୍କ ପରିବାର ନିକଟରେ ପହଞ୍ଚାଉଛନ୍ତି ଏହି ପରିବାର। ଏବେ ସୁଦ୍ଧା ସେମାନେ ୧୭୩ ଲୋକଙ୍କୁ ସେମାନଙ୍କ ପରିବାର ସହ ମିଶାଇବାରେ ସଫଳ ହୋଇଛନ୍ତି।