Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜେମ୍ସ ବଣ୍ଡ ସହ ତୁଳନା କଲେ

ନୂଆଦିଲ୍ଲୀ,୧୯।୧୦: ଏକ ନୂଆ ମିମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛି ତୃଣମୂଳ କଂଗ୍ରେସ (ଟିଏମ୍‌ସି)। ଉକ୍ତ ମିମ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ବ୍ରିଟିଶ ଗୁପ୍ତଚର ଜେମ୍ସ ବଣ୍ଡଙ୍କ ସହ ତୁଳନା କରାଯାଇଛି।

ଟିଏମ୍‌ସିର ବରିଷ୍ଠ ଏମ୍‌ପି ଡେରେକ୍‌ ଓ’ ବ୍ରେନ ଫେସବୁକ୍‌ରେ ମିମ ଶେୟାର କରିଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଣ୍ଡ ପୋଜରେ ଦେଖିବାକୁ ମିଳୁଛି। ‘ସେମାନେ ମୋତେ ୦୦୭ ଡାକନ୍ତି। ଡେଭଲପମେଣ୍ଟ ଓ ଆର୍ଥିକ ଅଭିବୃଦ୍ଧିରେ ଜିରୋ ସହ ୭ ବର୍ଷର ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା’। ଏହି ମିମ୍‌ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି। କିନ୍ତୁ ଏପର୍ଯ୍ୟନ୍ତ ଭାଜପା ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।

ଉଲ୍ଲେଖଯୋଗ୍ୟ, ଫିଲ୍ମରେ ଜେମ୍ସ ବଣ୍ଡଙ୍କୁ ୦୦୭ କୁହାଯାଏ। କାରଣ ‘୦୦’ ଅର୍ଥ ହେଉଛି ହତ୍ୟା କରିବାକୁ ଅନୁମତି। ଏହି ଟାଇଟଲ ଜିତିବାରେ ସେ ୭ମ ଏଜେଣ୍ଟ।

Share