ସମନ୍ବୟ ଅଭାବରୁ ସମସ୍ୟାରେ ସହରବାସୀ

ଢେଙ୍କାନାଳ,୧୩।୯(ରତନ ନାୟାର): ଢେଙ୍କାନାଳ ପୂର୍ତ୍ତ ବିଭାଗ ଓ ପୌରସଂସ୍ଥା ମଧ୍ୟରେ ଉପଯୁକ୍ତ ସମନ୍ବୟ ନାହିଁ। ଯେଉଁଥିପାଇଁ ଢେଙ୍କାନାଳ ସହର ଗଣେଶ ବଜାରଠାରୁ ରଥଗଡା ପର୍ଯ୍ୟନ୍ତ ରାସ୍ତାକୁ ନେଇ ସମସ୍ୟା ଭୋଗିବାକୁ ପଡ଼ୁଛି ସହରବାସୀଙ୍କୁ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ବର୍ଷେ ତଳୁ ପ୍ରସ୍ତାବ ଅନୁମୋଦନ ହୋଇସାରିଛି। ହେଲେ ବିଭାଗ ଏଯାଏ ରାସ୍ତା କାମ କରି ନ ଥିବାବେଳେ ଏ ସମ୍ପର୍କରେ ଅଜ୍ଞ ପୌରସଂସ୍ଥା ମୁକ୍ତା ଯୋଜନାରେ ଉକ୍ତ ରାସ୍ତାର ପ୍ରଶସ୍ତୀକରଣ ଆରମ୍ଭ କରିବା ଓ ତାହାକୁ ପୂର୍ତ୍ତ ବିଭାଗ ମଙ୍ଗଳବାର ବନ୍ଦ କରାଇବା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ସହରର ଗଣେଶ ବଜାରଠାରୁ ରଥଗଡ଼ା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାକୁ ଚଉଡା କରିବା ପାଇଁ ବର୍ଷେ ତଳୁ ପ୍ରାୟ ୨କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଉକ୍ତ ପ୍ରସ୍ତାବକୁ ଅନୁମୋଦନ ମଧ୍ୟ ମିଳିସାରିଥିଲା। କିନ୍ତୁ ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା ଯୋଗୁ କାର୍ଯ୍ୟ କରାଯିବା ତ ଦୂରର କଥା ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ବି ଶେଷ ହୋଇପାରି ନାହିଁ ା ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଉକ୍ତ ରାସ୍ତାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ହେଲେ ପୂର୍ତ୍ତ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନ ଥିବାବେଳେ ସହରବାସୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଥିଲା ପୌରସଂସ୍ଥା। ଏପରି କି ମୁକ୍ତା ଯୋଜନାରେ ୨ଟି ପର୍ଯ୍ୟାୟରେ ୯ଲକ୍ଷ ଓ ୧୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରିବା ସହ ଗଣେଶ ବଜାରଠାରୁ ରଥଗଡା ପର୍ଯ୍ୟନ୍ତ ରାସ୍ତା କଡରେ ପେଭର ବ୍ଲକ ପକାଇବା ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜେସିବି ଲଗାଇ ରାସ୍ତା କଡକୁ ଖୋଳି ଦିଆଯାଇଥିଲା। ରାସ୍ତା କାମ ଆରମ୍ଭର ୩ଦିନ ପରେ ହଠାତ୍‌ ପୂର୍ତ୍ତ ବିଭାଗ ଚେଇଁ ଉଠିଥିଲା। ଉକ୍ତ ରାସ୍ତା ପୂର୍ତ୍ତ ବିଭାଗର ହୋଇଥିବାରୁ ବିଭାଗ ହିଁ ଉନ୍ନତୀକରଣ କରିବ ବୋଲି କହି ପୌରସଂସ୍ଥାର କାର୍ଯ୍ୟକୁ ବନ୍ଦ କରାଇଥିଲା। ଗୋଟିଏ ରାସ୍ତାକୁ ନେଇ ସରକାରଙ୍କ ଦୁଇ ବିଭାଗ ମଧ୍ୟରେ ଏପରି ବିବାଦୀୟ ସ୍ଥିତି ସୃଷ୍ଟି ହେବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏଥିପାଇଁ ସେମାନଙ୍କୁ ବେଶ୍‌ ସମସ୍ୟା ମଧ୍ୟ ଭୋଗିବାକୁ ପଡ଼ୁଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହେବା ପରେ ପୌରସଂସ୍ଥା ଖୋଳିଥିବା ରାସ୍ତାପାର୍ଶ୍ୱରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ଉକ୍ତ ଅଞ୍ଚଳର ବ୍ୟବସାୟୀ ଓ ସ୍ଥାନୀୟ ଲୋଙ୍କୁ ଯାତାୟାତରେ ବଡ଼ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି। ସହରର କେତେଜଣ ଲୋକଙ୍କ ଘରେ ଏହି କାଦୁଅ ପାଣି ପଶିଯାଇଥିବା ଅଭିଯୋଗ ହେଉଛି। ପାନୀୟ ଜଳ ପାଇପ୍‌ ଫାଟି ଯାଇଥିବାରୁ ଲୋକଙ୍କ ସମସ୍ୟା ଅଧିକ ବଢ଼ିଯାଇଛି। ଏହାକୁ ନେଇ ସହରବାସୀଙ୍କ ସମେତ ଗଣେଶ ବଜାର ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜୟନ୍ତ ନାୟକ କହିଛନ୍ତି, ଗଣେଶ ବଜାରରୁ ରଥଗଡ଼ା ପର୍ଯ୍ୟନ୍ତ ରାସ୍ତା ଚଉଡା ହେବା ନିମନ୍ତେ ବହୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ଟିକେ ବିଳମ୍ବ ହେଉଥିଲା। ରାସ୍ତା ପୂର୍ତ୍ତ ବିଭାଗର ହୋଇଥିବାରୁ ପୌରସଂସ୍ଥା ଆରମ୍ଭ କରିଥିବା କାମ ବନ୍ଦ କରାଯାଇଛି। ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ସହ ରାସ୍ତାକାମ ଲକ୍ଷ୍ମୀପୂଜା ପୂର୍ବରୁ ଶେଷ କରିବା ନିମନ୍ତେ ଚେଷ୍ଟା କରାଯିବ। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର କହିଛନ୍ତି, ପୂର୍ତ୍ତ ବିଭାଗ ଉକ୍ତ ରାସ୍ତାର ଉନ୍ନତୀକରଣ ନ କରିବାରୁ ପୌରସଂସ୍ଥା ମୁକ୍ତା ଯୋଜନାରେ କାମ ଆରମ୍ଭ କରିଥିଲା। ପୂର୍ତ୍ତ ବିଭାଗ ମନା କରିବା ପରେ କାମ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri