ଅଢ଼େଇ ଦିନରେ ଦୁଇଗୁଣା ହେଉଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ଲଣ୍ଡନ, ୧୨।୧୨: ବ୍ରିଟେନ୍‌ରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାବୃଦ୍ଧି ପାଇବାରେ ଲାଗିଛି। ପ୍ରତି ଅଢ଼େଇ ଦିନରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହେବାରେ ଲାଗିଛି। ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଫଳରେ ଲୋକଙ୍କୁ ଟିକା ନେବା ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡିଛି।

ଏପରି ପରିସ୍ଥିତିରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଆବଶ୍ୟକ ପ୍ରତିବନ୍ଧକ ଲଗା ନ ଯାଏ, ତେବେ ଆସନ୍ତା ଜାନୁଆରୀରେ ବ୍ରିଟେନ ଓମିକ୍ରନର ଭୟଙ୍କର ଲହରର ସମ୍ମୁଖୀନ ହେବ। ବୈଜ୍ଞାନିକ କହିଛନ୍ତି ୨୦୨୨ ଏପ୍ରିଲ ଶେଷ ସୁଦ୍ଧା ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୫ ହଜାରରୁ ୭୫ ହଜାର ପର୍ଯ୍ୟନ୍ତ ଯାଇପାରେ। ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନ ପକ୍ଷରୁ ହୋଇଥିବା ସର୍ଭେରେ ଏହା ଉଲ୍ଲେଖ କରାଯାଇଛି।

ତେବେ ଗବେଷଣା ସହ ଜଡିତଥିବା ବିଶେଷଜ୍ଞମାନେ କହିଛନ୍ତି ପରିସ୍ଥିତିକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତେବେ ବୁଷ୍ଟର ଡୋଜ ଗ୍ରହଣ କରିବା ଦ୍ୱାରା ଓମିକ୍ରନର ପ୍ରଭାବ କମିବାର ସମ୍ଭାବନା ଥିବା ଗବେଷକ କହିଛନ୍ତି।

 

Share