ଚିନ୍ତା ବଢ଼ାଇଲାଣି ମଞ୍ଚେଶ୍ୱର ଅଟାକଳ: ଦୁଇ ଦିନରେ ଚିହ୍ନଟ ହେଲେଣି ୬୧ ଆକ୍ରାନ୍ତ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଗୋଟିଏ ପଟେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୋଟିଏ ସ୍ଥାନରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପ୍ରଶାସନକୁ ଚିନ୍ତାରେ ପକାଇଛି। ଏହି କ୍ରମରେ ମଞ୍ଚେଶ୍ୱରର ଏକ ଅଟାକଳରୁ ଦୁଇ ଦିନରେ ୬୧ଜଣ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଅଟାକଳର ଆଉ ୩୫ କର୍ମଚାରୀଙ୍କ ନମୂନା ପଜିଟିଭ୍‌ ଆସିଛି। ବୁଧବାର ୨୬ଜଣ କର୍ମଚାରୀ କରୋନା ଚିହ୍ନଟ ହୋଇଥିଲେ। ଫଳରେ ଲୋକଙ୍କ ମନରେ ଏକ ପ୍ରକାର ଛନକା ପଶିଯାଇଛି।

Share