Categories: ଜାତୀୟ

ରାଜ୍ୟର ମହିଳାଙ୍କୁ ଦିଆଯିବ ଦୁଇଟି ମାଗଣା ଏଲ୍‌ପିଜି ସିଲିଣ୍ଡର, ଦୀପାବଳିଠାରୁ ଶୁଭାରମ୍ଭ…

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ଷକୁ ଦୁଇଟି ଲେଖାଏ ମାଗଣା ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦେବା ଉପରେ ମଙ୍ଗଳବାର ଯୋଗୀ କ୍ୟାବିନେଟ ମୋହର ମାରିଛନ୍ତି। ତେବେ ଭାଜପା ଗତ ନିର୍ବାଚନ ସମୟରେ ଦଳର ଘୋଷଣାପତ୍ରରେ ମହିଳାଙ୍କ ଲାଗି ମାଗଣା ଦୁଇଟି ସିଲିଣ୍ଡର ଦେବାକୁ କହିିଥିଲା। ଏହି ଘୋଷଣାର ଦେଢ଼ ବର୍ଷ ପରେ ଚଳିତ ବର୍ଷ ଦୀପାବଳିଠାରୁ ରାଜ୍ୟର ମହିଳାଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି କୁହାଯାଇଛି।

Share