Categories: ଜାତୀୟ

ୟୁପିରେ ଲଗାଣ ବର୍ଷା ସାମ୍ନାକୁ ଆଣିଲା ଆଉ ଏକ କବରସ୍ଥାନ

ଲକ୍ଷ୍ନୌ, ୨୪।୬: ମୌସୁମୀ ବର୍ଷା ଯୋଗୁ ବୃଦ୍ଧିପାଇଛି ଗଙ୍ଗାନଦୀର ଜଳସ୍ତର।
ଏଥି ଯୋଗୁ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଲୁକାୟତ ଥିବା ଆଉ ଏକ କବରସ୍ଥାନ। ରାଜ୍ୟର କୋଭିଡ୍‌ ମୃତ୍ୟୁସଂଖ୍ୟା ଲୁଚାଇବା ପାଇଁ ଗଙ୍ଗାନଦୀ କୂଳରେ ପୋତା ଯାଇଥିଲା ଅନେକ ମୃତଦେହ। ଲଗାଣ ବର୍ଷା କାରଣରୁ ମୃତଦେହକୁ ଘୋଡ଼ାଇ ରଖିଥିବା ବାଲି ଧୋଇ ଯାଇଛି। ଫଳରେ ପୁଣି ଥରେ ସାମ୍ନାକୁ ଆସିଛି କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ ଗଙ୍ଗା ନଦୀରେ ଭାସୁଥିବାର ଦୃଶ୍ୟ। ଏଥି ସହ ପଦାରେ ପଡ଼ିଛି କର୍ତ୍ତୃପକ୍ଷଙ୍କ କାରନାମା।

ଧରାପଡ଼ିବା ଭୟରେ ଭାସୁଥିବା ମୃତଦେହକୁ ପାଣିରୁ ବାହାର କରି ଶବ ସତ୍କାର ବ୍ୟବସ୍ଥା କରୁଛନ୍ତି ଜିଲା ଅଧିକାରୀ। ଏହାର ପ୍ରମାଣ ସଂଗ୍ରହ କରୁଛନ୍ତି ସହରର ଖବରଦାତା। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ମୃତଦେହ ସତ୍କାର କରାଯାଇଥିବା ସୂଚନା ମିଳିଛି। ଅନ୍ୟ ମୃତଦେହକୁ ମଧ୍ୟ ରୀତିନୀତିରେ ସତ୍କାର କରାଯିବ ବୋଲି କୁହାଯାଇଛି।

Share