Categories: ଜାତୀୟ

ଉତ୍ତରପ୍ରଦେଶରେ ଭାଜପା ଆଗୁଆ

ଲକ୍ଷ୍ନୌ,୧୦।୧୧: ଉତ୍ତରପ୍ରଦେଶ ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ୭ଟି ଆସନ ମଧ୍ୟରୁ ଭାଜପା ୪ଟିରେ ଆଗୁଆ ଥିବାବେଳେ ୨ଟି ଆସନରେ ଏସ୍‌ପି ଆଗୁଆ ରହିଛି। ସେହିପରି ଗୋଟିଏ ଆସନରେ ବିଏସ୍‌ପି ପ୍ରାର୍ଥୀ ଆଗୁଆ ରହିଛନ୍ତି। ଏସବୁ ବିଧାନସଭା ଆସନର ଫଳାଫଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ଏହାର ପ୍ରଭାବ ରାଜ୍ୟରେ ଦୁଇବର୍ଷ ପରେ ହେବାକୁ ଥିବା ନିର୍ବାଚନ ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି।

Share