ଖୁସିରେ ଗଦ୍‌ଗଦ୍‌ କେଜ୍‌ରିଓ୍ବାଲ

ଚଣ୍ଡିଗଡ,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନ ଟ୍ରେଣ୍ଡରେ ଆମ ଆଦମୀ ପାର୍ଟି (ଏଏପି) ଆଗରେ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ ରାଜ୍ୟରେ ଏଏପି ବହୁମତ ସହ ସରକାର ଗଢିବାକୁ ଯାଉଛି। ଏହି ସଫଳତା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ ଖୁସି ଅଛନ୍ତି॥ ଆମ ଆଦମୀ ପାର୍ଟିକୁ ସମର୍ଥନ କରିଥିବାରୁ ସେ ପଞ୍ଜାବର ଲୋକଙ୍କୁ ଟୁଇଟ୍‌ ଯୋଗେ ଧନ୍ୟବାଦ ଜଣାଇଛନ୍ତି। କେଜ୍‌ରିୱାଲ ପଞ୍ଜାବରେ ଏଏପିର ମୁଖ୍ୟମନ୍ତନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନଙ୍କ ସହ ଏକ ଫଟୋ ଶେୟାର କରି କହିଛନ୍ତି, ଏହି ବିପ୍ଳବ ପାଇଁ ପଞ୍ଜାବବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ।
ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନର ଟ୍ରେଣ୍ଡରେ ଏଏପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ପଞ୍ଜାବରେ ଏଏପି ୯୦, କଂଗ୍ରେସ ୧୮, ଅକାଳୀ ଦଳ ୬, ଭାଜପା ୨ ଏବଂ ସ୍ବାଧୀନ ପ୍ରାର୍ଥୀ ୧ ରେ ଆଗରେ ରହିଛି।

Share