Advertisement

୬ ଦେଶର ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭାରତ, ପାକିସ୍ତାନ-ଚାଇନାର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୫।୧୧ : ଯେତେବେଳେ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ଆରମ୍ଭ ହେଲା, ପ୍ରତିରକ୍ଷା ବିଶେଷଜ୍ଞମାନେ କହିଥିଲେ ଏହା ଦୁଇଟି ଛୋଟ ଦେଶ ମଧ୍ୟରେ ଲଢ଼େଇ ଏବଂ ଉଭୟ ଏହାକୁ ନିଜ ମଧ୍ୟରେ ସମାଧାନ କରିବେ। ଏହାର ଫଳାଫଳ ହେଲା ସୁନ୍ଦର ଉପତ୍ୟକା ଥିବା ଆଜେରବାଇଜାନର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ଭୁଶୁଡି ପଡିଥିଲା। ଏଥିସହିତ ଆର୍ମେନିଆ ସୈନ୍ୟମାନେ ଅସ୍ତ୍ରଶସ୍ତ୍ରରୁ ଓ ଗୁଳିଗୋଳା ଅଭାବର ସମ୍ମୁଖୀନ ହୋଇଥିଲେ। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ କମି ନାହିଁ। ଆଜି ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଦୁଇ ଦେଶ ମଧ୍ୟରୁ କେହି ନଇଁ ବାକୁ ପ୍ରସ୍ତୁତ ନୁହଁନ୍ତି।

ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ବିଶେଷଜ୍ଞମାନେ ତୃତୀୟ ବିଶ୍ୱଯୁଦ୍ଧର ଭୟ ମଧ୍ୟ ପ୍ରକାଶ କରିଥିଲେ। ଏହି ସମୟରେ ଇସ୍ରାଏଲ ଏବଂ ହମାସ ମୁହାଁମୁହିଁ ହୋଇଛନ୍ତି। ଏହି ୬ଟି ଦେଶର ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ଏକ ଭିନ୍ନ ରଣନୀତି ଉପରେ କାମ ଆରମ୍ଭ କରିଛନ୍ତି। ତେବେ ଭାରତୀୟ ସେନାର ରଣନୀତି ନେଇ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share