ବିବାହରେ ବରଣମାଳା ବଦଳରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ମାସ୍କ: ଲୋକେ କହିଲେ…

ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଦେଶରେ କରୋନା ସଙ୍କଟ ଜାରି ରହିଛି। ଏହାର ଅଧିକ ପଭାବ ବିବାହ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। କାରଣ କରୋନା ଯୋଗୁ ଏବେ ସମସ୍ତ ବିବାହ ନିରାଡ଼ମ୍ବରରେ ହେଉଛି। ନା ଅଛି ବ୍ୟାଣ୍ଡବାଜା ନା ଅଛି ରୋଷଣୀ। ଏତଦ୍‌ ବ୍ୟତୀତ ବିବାହରେ ଆଉ ଲୋକଙ୍କ ଭିଡ଼ ମଧ୍ୟ ଜମୁନାହିଁ। କେହି ଯଦି ଲୁଚିଛପି ଆଡ଼ମ୍ବରରେ ବିବାହ କରୁଛନ୍ତି ତେବେ ସେମାନଙ୍କୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଫାଇନ ଦେବାକୁ ପଡ଼ଛି। ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକଙ୍କୁ ଏକ ଶିକ୍ଷା ମିଳିବା ସହ ନବଦମ୍ପତି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଆଇପିଏସ୍‌ ଅଧିକାରୀ ରୁପିନ ଶର୍ମା ଶେୟାର କରିଛନ୍ତି। ଭିଡିଓକୁ ଶେୟାର କରିବା ସହ ସେ ଏକ ମଜାଳିଆ କ୍ୟାପସନ୍‌ ଲେଖିଛନ୍ତି, ‘ବରଣମାଳା ବଦଳରେ ମାସ୍କ ମାଳା’। ରୁପିନ ଶର୍ମା ଶେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବର ଓ କନ୍ୟା ମଞ୍ଚ ଉପରେ ଠିଆ ହୋଇଛନ୍ତି। ଦୁହେଁ ପରିସ୍ପରଙ୍କୁ ବରଣମାଳା ପିନ୍ଧାଇବା ବଦଳରେ ମାସ୍କ ପିନ୍ଧାଉଥିବା ନଜର ଆସିଛି। ଏହି ଭିଡିଓଟି ଖୁବ୍‌ ମଜାଳିଆ ଦେଖାଯାଉଥିବା ସହ କେଉଁଠି ନା କେଉଁଠି ଏହା କରୋନା ପ୍ରତି ଏକ ସଚେତନତା ବାର୍ତ୍ତା ମଧ୍ୟ ଦେଉଛି। ଦେଶରେ ଜାରି ରହିଥିବା କରୋନା ସଙ୍କଟ ମଧ୍ୟରେ ନିଜକୁ କିଭଳି ସୁରକ୍ଷିତ ରଖିବା ସେନେଇ ଏହି ବିବାହରେ ସଚେତନତା ଦିଆଯାଇଛି।

Share