Categories: ଜାତୀୟ

ପଶ୍ଚିମବଙ୍ଗରେ ଭାଜପା କର୍ମୀଙ୍କୁ ଘରେ ପଶି ଆକ୍ରମଣ

କୋଲକତା,୨୮।୨: ପଶ୍ଚିମବଙ୍ଗ ନିର୍ବାଚନରେ ରକ୍ତପାତ ହେବାର ସମ୍ଭାବନା ସତ ପ୍ରମାଣିତ ହେବାରେ ଲାଗିଛି। ରାଜ୍ୟର ଉତ୍ତର ୨୪ ପରଗଣା ଜିଲାରେ ଜଣେ ଭାଜପା ନେତାଙ୍କୁ ଘରେ ପଶି ଆକ୍ରମଣ କରାଯାଇଛି। ଭାଜପା କାର୍ଯ୍ୟକର୍ତ୍ତା ଗୋପାଳ ମଜୁମଦାର ଅଭିଯୋଗ କରିଛନ୍ତି ଯେ ତିନିଜଣ ତୃଣମୂଳ କାର୍ଯ୍ୟକର୍ତ୍ତା ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ ମୋତେ ଏବଂ ମା’ଙ୍କୁ ଅତି ନିର୍ମମ ଭାବରେ ପିଟିଥିଲେ। ଏହି ଘଟଣା ଫେବୃୟାରୀ ୨୭ରେ ଘଟିଥିଲା। ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରିଛି। ମଜୁମଦାର ଆହୁରି ମଧ୍ୟ କହିଛନ୍ତି ଯେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ମୋ ମୁଣ୍ଡ ଏବଂ ବେକ ଉପରେ ଆକ୍ରମଣ କରି ମୋତେ ପିଟିଥିଲେ। ଚାପୁଡ଼ା ମଧ୍ୟ ମାରିଥିଲେ। ଏଥିରେ ମୁଁ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲି। ସେମାନେ ମୋତେ ଏହା ବିଷୟରେ କାହାକୁ ନ ଜଣାଇବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ସେ କହିଛନ୍ତି।

Share