ପଶ୍ଚିମବଙ୍ଗରେ ପ୍ରତି ସପ୍ତାହରେ ୨ଦିନ ହେବ ପୂର୍ଣ୍ଣ ଲକ୍‌ଡାଉନ

କୋଲକାତା,୨୦।୭: କରୋନା ଭାଇରସ୍‌ ସଂକ୍ରମଣ ସାରା ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପଶ୍ଚିମବଙ୍ଗରେ ମହାମାରୀ କରୋନା ଭୟାବହ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ପ୍ରତି ସପ୍ତାହରେ ୨ ଦିନ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗୁରୁବାର ଓ ଶନିବାର ୨ଦିନ ପୂର୍ଣ୍ଣ ଲକ୍‌ଡାଉନ କରିବାକୁ ସୋମବାର ମମତା ବାନାର୍ଜୀ ଘୋଷଣା କରିଛନ୍ତି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାର୍ଯ୍ୟକୁ ଛାଡ଼ିଦେଲେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଅନାବଶ୍ୟକ କାର୍ଯ୍ୟକଳାପ, ସମାରୋହ ଏବଂ ସମସ୍ତ ଦୋକାନ ବଜାର ବନ୍ଦ ରହିବ।

Share