କାହା ସ୍ବାର୍ଥରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ? ନିର୍ମାଣର ୬ବର୍ଷ ପରେ ମଧ୍ୟ ଆସିଲା ନାହିଁ ଲୋକଙ୍କ କାମରେ

ଥୁଆମୂଳ ରାମପୁର,୧।୪(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଜଳସେଚନ ପ୍ରକଳ୍ପ ଦ୍ବାରା କୃଷିର ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦରେ ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜରିଆରେ ପ୍ରକଳ୍ପ ଗୁଡିକ ର୍ନିମାଣ କରାଯାଉଛି। କିନ୍ତୁ କିଛି ସ୍ଥାନରେ ଅର୍ଦ୍ଧ ର୍ନିମାଣ ହୋଇ ପଡିରହିଛି ତୋ କେଉଁଠି ର୍ନିମାଣର କିଛି ଦିନ ମଧ୍ୟରେ ଭୂଷୁଡି ପଡିଥିବାବେଳେ ଆଉ କେଉଁ ସ୍ଥାନରେ ପ୍ରକଳ୍ପ ର୍ନିମାଣ କାର୍ଯ୍ୟ ଶେଷ କରାଯାଇଛି ହେଲେ ପାଇପ ସଂଯୋଗ କରାଯାଇନାହିଁ। ଏହା ଫଳରେ ଚାଷୀମାନେ ନାହିଁନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି।

ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ଡୁମେରପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ବାରକାଉଡି ଗ୍ରାମର ନୂଆପଡା ନିକଟରେ ଥିବା ବିଚଲ ଚଞ୍ଚରା ନଦୀ ନାମକ ନଦୀରେ ର୍ନିମାଣ କରାଯାଇଛି ଏକ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ। ଓଡିଶା ସରକାରଙ୍କ ଜଳସେଚନ ବିଭାଗ କଳାହାଣ୍ଡି, କ୍ଷୁଦ୍ର ଜଳସେଚନ ବିଭାଜନ ଭବାନୀପାଟଣା ଦ୍ୱାରା ବିଷମଗିରି ଗ୍ରାମାଞ୍ଚଳରେ ଭିତ୍ତିଭୂମି ଉନ୍ନତି କଲ୍ୟାଣ ପାଣ୍ଠି ଆନୁକୂଲ୍ୟରେ ର୍ନିମାଣ ହୋଇଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧାପନ୍ତରିଆ ଭାବରେ ଦୀର୍ଘ ବର୍ଷରୁ ପଡିରହିଛି। ରାୟଗଡ଼ା କାଶୀପୁର ବ୍ଳକ ଓ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକର ସୀମାନ୍ତରେ ରହିଥିବା ବିଚଲ ଚଞ୍ଚରା ନଦୀ ଠାରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଏକ ଚୂକ୍ତିଭିତ୍ତିକ ମଧ୍ୟରେ ହାରାହାରି ୨ କୋଟି ଟଙ୍କା ବ୍ୟୟବରାଦରେ ଆର୍ଥିକ ବର୍ଷ ୨୦୧୮/୧୯ ରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦୁଃଖ ଓ ପରିତାପର ବିଷୟ ଏହା ଯେ ଅଞ୍ଚଳର ଚାଷୀମାନେ ଏହି ପ୍ରକଳ୍ପ ନିର୍ମାଣ ଶେଷ ହୋଇଥିଲେ ସେମାନେ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ପାରିବା ବଦଳରେ ସେ ଆଶା ବର୍ତ୍ତମାନ ଫସର ଫାଟି ଯାଇଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ଏନେଇ ବାରକାଉଡ଼ିର
ଚାଷୀ ଗୁଣ୍ଡୁ ମାଝୀ କୁହନ୍ତି ଆମ ଚାଷୀ ମାନଙ୍କ ଚାଷ କ୍ଷେତ୍ରରେ ସୁବିଧା ପାଇଁ ଏକ କ୍ଷୁଦ୍ର ଡ୍ୟାମ ର୍ନିମାଣ କରି ପାଇପ ଯୋଗେ ଆମ ଜମି ମାନଙ୍କରେ ପାଣି ଆସିବ ବୋଲି ଆମେ ସ୍ବପ୍ନ ଦେଖିଥିଲୁ ହେଲେ ଏହି ଡ୍ୟାମ ର୍ନିମାଣ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଆମେ ପାଣି ପାଇ ପାରିଲୁ ନାହିଁ । ଯଦି ପାଣି ପାଇଥାନ୍ତୁ ତେବେ ଆମେ ଚାଷ କରି ସେଥିରୁ ଦୁଇ ପଇସା ରୋଜଗାର କରି ନିଜ ପରିବାରର ପ୍ରତିପୋଷଣ କରିପାରନ୍ତେ ହେଲେ ତାହା ହୋଇ ପାରିଲା ନାହିଁ l ଆମକୁ ଆଉ ଆଗ ଭଳି ଚାଷ କରିବା ପାଇଁ ମନ ଲାଗୁନାହିଁ, ଯେଉଁ ଚାଷୀ ପାଖରେ ପଇସା ଅଛି ସେ ପାଣି ଉଠାଇବା ମୋଟର ଏବଂ ଅନ୍ୟାନ୍ୟ ଚାଷ କ୍ଷେତ୍ରରେ କାମ କରିବା ଉପକରଣ କିଣି ଚାଷ ରେ ନିୟୋଜିତ କରୁଛନ୍ତି l ସରକାର ଆମ ଚାଷୀମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ସତ ହେଲେ ତାହା ଆମ ମାନଙ୍କ ପାଇଁ ନୁହଁ କେବଳ ବଡ଼ ବଡ଼ ଠିକାଦାର ଏବଂ ଅଫିସର୍‌ ବାବୁ ମାନଙ୍କ ପାଇଁ , ସେଥିରୁ ଯାହା ବଞ୍ଚେ ଆମ ପାଖକୁ ପହଞ୍ଚିବା ସମୟରେ ସବୁ ସରିଯାଇଥାଏ l


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image