Categories: ଖେଳ

ବିଶ୍ୱକପ ୨୦୨୩ରେ ମୋଟ ୮୨ କୋଟିର ପୁରସ୍କାର,ଫାଇନାଲ ବିଜେତାଙ୍କୁ ୩୩.୧୭ କୋଟି, ହାରିଥିବା ଦଳ ପାଇଁ ବି କୋଟି କୋଟି ଟଙ୍କା ବର୍ଷା…

ଅହମଦାବାଦ,୧୮।୧୧ : ଭାରତରେ ଚାଲିଥିବା କ୍ରିକେଟ ବିଶ୍ୱକପ ୨୦୨୩ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ତିମ ମ୍ୟାଚ ୧୯ ନଭେମ୍ବର ରବିବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପାଇଁ ପିଚ୍‌ ଠାରୁ ଆରମ୍ଭ କରି ପ୍ଲେଇଙ୍ଗ ୧୧ ପର୍ଯ୍ୟନ୍ତ ବିଭିନ୍ନ ଦିଗ ଉପରେ ଆଲୋଚନା ହେଉଛି। ଏହି ଟୁର୍ନାମେଣ୍ଟର ପୁରସ୍କାର ରାଶି ପାଇଁ ଆଇସିସି ମୋଟ ୮୨ କୋଟି ଟଙ୍କା ଘୋଷଣା କରିଛି। ଏହି ଟୁର୍ନାମେଣ୍ଟରେ ହାରିଥିବା ଦଳ ଉପରେ ମଧ୍ୟ କୋଟି କୋଟି ଟଙ୍କା ମଧ୍ୟ ବର୍ଷା ହେବ। ତେବେ କେଉଁ ଦଳ କେତେ ଟଙ୍କା ପାଇବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ।

ଗ୍ରୁପ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୯-୯ ମ୍ୟାଚ ଖେଳିଥିଲେ। ଏହି ରାଉଣ୍ଡରେ ବିଜୟୀ ଦଳ ୪୦ ହଜାର ଡଲାର ଅର୍ଥାତ ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ପ୍ରାୟ ୩୩.୧୭ ଲକ୍ଷ ଟଙ୍କା ପାଇବେ। ପ୍ରତ୍ୟେକ ଦଳ ଏହି ରାଶି ପୃଥକ ଭାବରେ ପାଇବେ। ଯଦି ସମଗ୍ର ଟୁର୍ନାମେଣ୍ଟରେ ଦଳ ପ୍ରତ୍ୟେକ ମ୍ୟାଚ ଜିତେ ତେବେ ଦଳର ରାଶି ବୃଦ୍ଧି ପାଇବ। ଉଦାହରଣ ସ୍ବରୂପ, ଯଦି କୌଣସି ଦଳ ୧୦ ଟି ମ୍ୟାଚ ଜିତନ୍ତି, ତେବେ ଦଳକୁ ୩,୩୧ କୋଟି ଟଙ୍କା ଅଲଗା ଦିଆଯିବ ।

ଏଥି ସହିତ, ଯେଉଁ ଦଳ ଗ୍ରୁପ ପର୍ଯ୍ୟାୟ ବାହାରେ ଥିଲେ, ଅର୍ଥାତ ୬ ଟି ଦଳ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲେ, ସେମାନଙ୍କୁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଡଲାର ଅର୍ଥାତ ପ୍ରାୟ ୮୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ସେମିଫାଇନାଲରେ ହାରିଥିବା ଦଳ ଯଥା ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡକୁ ପ୍ରତ୍ୟେକଙ୍କୁ ୮ ଲକ୍ଷ ଡଲାର ଅର୍ଥାତ ପ୍ରାୟ ୬.୬୩ କୋଟି ଟଙ୍କା ପ୍ରଦାନ କରାଯିବ।

ଫାଇନାଲରେ ରନର୍‌ ଅପ ଏବଂ ହାରିଥିବା ଦଳଙ୍କ ଉପରେ ଟଙ୍କା ବର୍ଷା ହେବ। ରନର୍‌ ଅପ ଦଳକୁ ୨୦ ଲକ୍ଷ ଡଲାର୍‌ ଅର୍ଥାତ ୧୬.୫୮କୋଟି ଟଙ୍କା ଦିଆଯିବ। ବିଜେତା ଦଳକୁ ଆଇସିସି ଦ୍ୱାରା ୪୦ ଲକ୍ଷ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ। ଅର୍ଥାତ ବିଜେତା ଦଳ ମୋଟ ୩୩.୧୭ କୋଟି ଟଙ୍କା ପାଇବ। ବିଜେତା ଏବଂ ରନର୍‌ ଅପ ଦଳ ମଧ୍ୟ ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ଅଲଗା ରାଶି ପାଇବେ। ଯଦି ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିଅନ ହୁଏ, ତେବେ ୩୩.୧୭ କୋଟି ଟଙ୍କା ପୁରସ୍କାର ରାଶି ସହିତ ଏହା ୧୧ ଟି ମ୍ୟାଚ ଜିତିବା ପାଇଁ ୩୩.୧୭ ଲକ୍ଷ x ୧୧ ଅର୍ଥାତ ଭାରତ ମୋଟ ୪୭ରୁ ୩୮ କୋଟି ଟଙ୍କା ଜିତବ।

Share