ଜଙ୍ଗଲାଞ୍ଚଳରେ ଅପହଞ୍ଚ ଯୋଜନା

ବଇଣ୍ଡା,୪ା୮(ଡି.ଏନ.ଏ.) – ଯୋଗାଯୋଗର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ପକ୍କା ସଡ଼କ ନିର୍ମାଣ ହେଉଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନାରେ ପ୍ରକଳ୍ପମାନ କରାଯାଉଛି। ଗରିବ ପରିବାରକୁ ବିନା ମୂଲ୍ୟରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଉଛି। ହେଲେ ରାଜ୍ୟ ସରକାରଙ୍କ ଏସବୁ ଉନ୍ନୟନ ଯୋଜନା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତର ସିନ୍ଦୂରଖୋଳ ଓ ମିଣ୍ଡୋଳ ଗ୍ରାମରେ ପହଞ୍ଚିପାରୁ ନାହିଁ। ଫଳରେ ବର୍ଷ ବର୍ଷ ଧରି ଜଙ୍ଗଲାଞ୍ଚଳରେ ଥିବା ଏହି ଦୁଇ ଗ୍ରାମବାସୀ ଅବହେଳିତ ଅବସ୍ଥାରେ ରହି ଆସିଛନ୍ତି। ଏ ନେଇ ବାରମ୍ବାର ସେମାନେ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ସେମାନଙ୍କ ଗୁହାରି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସିନ୍ଦୂରଖୋଳ ଗ୍ରାମର ଲୋକ ସଂଖ୍ୟା ୭ଶହ ହେବ। ହେଲେ ପାନୀୟ ଜଳର ପର୍ଯ୍ୟାପ୍ତ ସୁବିଧା ଗାଁରେ ନାହିଁ। ବସୁଧା ଯୋଜନାରେ ପ୍ରକଳ୍ପ ତ ଦୂରର କଥା, ଏଠାରେ ଥିବା ୫ଟି ନଳକୂଅ ମଧ୍ୟ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଗୋଟିଏ ଅଚଳ ଅବସ୍ଥାରେ ଥିବାବେଳେ ୨ଟିରୁ ଲୌହ ଗୁଣ୍ଡ ବାହାରୁଥିବାରୁ ତାହା ବ୍ୟବହାରରେ ଲାଗିପାରୁ ନାହିଁ। ତେଣୁ ବାଧ୍ୟ ହୋଇ ଖୋଲା କୂଅ ଉପରେ ଲୋକେ ନିର୍ଭର କରୁଛନ୍ତି। ସେହିପରି ସାନହୁଲା-ପାଇକସାହି ପୂର୍ତ୍ତ ଭିଭାଗ ରାସ୍ତାରୁ ଗ୍ରାମକୁ ଯାଇଥିବା ୨ କିଲୋମିଟର ମାଟି ରାସ୍ତା ପକ୍କା କରାଯାଉ ନାହିଁ। ଦୀର୍ଘ ବର୍ଷ ହେଲା ମରାମତି ଅଭାବରୁ ଏହି ରାସ୍ତା ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ପାଣି ଓ କାଦୁଅ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ପକ୍କା ସଡ଼କ ନିର୍ମାଣ ନିମନ୍ତେ ଗ୍ରାମବାସୀ ୨୦୧୭ ଫେବୃୟାରୀ ୧୦ ଓ ୨୦୧୯ ଜୁନ ୧୨ ତାରିଖରେ ଜିଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ଏଯାଏ ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିସହ ହାଇସ୍କୁଲଟିଏ ନ ଥିବାରୁ ଗ୍ରାମର ଛାତ୍ରୀଛାତ୍ରମାନେ ୭ କିଲୋମିଟର ଦୂର ସାନହୁଲା ହାଇସ୍କୁଲ ଉପରେ ନିର୍ଭର କରୁଛନ୍ତି। ଗ୍ରାମରେ ଥିବା କୋଡାସାହିବାସିନ୍ଦାଙ୍କୁ ଏଯାଏ ବିଜୁଳି ସଂଯୋଗ ମିଳିପାରି ନାହିଁ। ସେହିପରି ୧୨ଶହ ଲୋକ ସଂଖ୍ୟା ବିଶିଷ୍ଟ ମିଣ୍ଡୋଳ ଗ୍ରାମରେ ୯ଟି ନଳକୂଅ ଥିବାବେଳେ ସେଥିରୁ ୩ଟି ଅଚଳ ହୋଇପଡିଛି। ଜଳ ପ୍ରକଳ୍ପ ନିର୍ମାଣ ହେଉ ନ ଥିବାରୁ ବର୍ଷ ତମାମ ଲୋକେ ହଇରାଣ ହେଉଛନ୍ତି। ୧୩ଟି ସାହିକୁ ସଂଯୋଗ କରୁଥିବା ମାଟି ରାସ୍ତା ପକ୍କା କରାଯାଉ ନାହିଁ। ଗ୍ରାମର ଛାତ୍ରୀଛାତ୍ରମାନେ ହାଇସ୍କୁଲ ଶିକ୍ଷା ପାଇଁ ୮ କିଲୋମିଟର ଦୂରକୁ ଯାଉଛନ୍ତି। ଗାଁ ସ୍କୁଲରେ ଥିବା ଶିକ୍ଷକ ଅଭାବ ସମସ୍ୟା ଦୂର କରାଯାଉ ନାହିଁ। ଏ ସମ୍ପର୍କରେ ସାନହୁଲା ସରପଞ୍ଚ ବନିତା ବେହେରା କହିଛନ୍ତି, ପଞ୍ଚାୟତର ଏହି ୨ ଗ୍ରାମର ସମସ୍ୟା ସମାଧାନ ପାଇଁ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି।
ଯାତାୟାତରେ ଅସୁବିଧା
ସିନ୍ଦୂରଖୋଳ ଗ୍ରାମକୁ ଯାଇଥିବା ମାଟି ରାସ୍ତା ଅତି ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ଗାଁରୁ ବାହାରକୁ ଯିବାରେ ଅସୁବିଧା ହେଉଛି। ପକ୍କା ସଡ଼କ ନିର୍ମାଣ ପାଇଁ ବହୁବାର ଅଭିଯୋଗ କରାଗଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ମୋହନ ପ୍ରଧାନ, ସିନ୍ଦୂରଖୋଳ
ସବୁ କ୍ଷେତ୍ରରେ ଅବହେଳା
ଗ୍ରାମରେ ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଏକାଧିକ ନଳକୂଅ ଅଚଳ ରହିଥିବାବେଳେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଦିଗରେ ଧ୍ୟାନ ଦିଆଯାଉ ନାହିଁ। ୧୫ ପରିବାର ବିନା ବିଦ୍ୟୁତ୍‌ରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି। ଗଁା ସୁବ କ୍ଷେତ୍ରରେ ଅବହେଳିତ।
-ସତ୍ୟାନନ୍ଦ ପ୍ରଧାନ, ସିନ୍ଦୂରଖୋଳ
ଜଳପ୍ରକଳ୍ପ ନିର୍ମାଣ କରାଯାଉ
ମିଣ୍ଡୋଳ ଗ୍ରାମର ଲୋକ ସଂଖ୍ୟା ହଜାରେରୁ ଊର୍ଦ୍ଧ୍ୱ। ହେଲେ ଏଠାରେ ସରକାରୀ ଯୋଜନା ଯେପରି ଅପହଞ୍ଚ ହୋଇପଡ଼ିଛି। ରାସ୍ତା ଠାରୁ ପାନୀୟ ଜଳ ଯାଏ, ପ୍ରତିଟି କ୍ଷେତ୍ରରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଳ ପ୍ରକଳ୍ପ ତୁରନ୍ତ ନିର୍ମାଣ କରାଯାଉ।
-ଗୋପାଳ ନାୟକ, ମିଣ୍ଡୋଳ
ହାଇସ୍କୁଲ ଶିକ୍ଷାରେ ସମସ୍ୟା
ଗ୍ରାମରେ ହାଇସ୍କୁଲ ଶିକ୍ଷାର ବ୍ୟବସ୍ଥା ନାହିଁ। ସ୍କୁଲ ଖୋଲାଥିବା ବେଳେ ପିଲାମାନେ ୮ କିଲୋମିଟର ଦୂର ସାନହୁଲା ହାଇସ୍କୁଲକୁ ଯାଇଥାନ୍ତି। ଗ୍ରାମରେ ଥିବା ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଲାଗିରହିଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ।
-ବୁବୁନ ବିଶ୍ବାଳ, ମିଣ୍ଡୋଳ
ଶୀଘ୍ର ପଦକ୍ଷେପ ନିଆଯିବ
ସିନ୍ଦୂରଖୋଳ ଓ ମିଣ୍ଡୋଳ ଗ୍ରାମରେ ଥିବା ସମସ୍ୟା ସମ୍ପର୍କରେ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରନ୍ତୁ। ତାହାର ତର୍ଜମା କରି ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯିବ। ଲୋକଙ୍କୁ ସରକାରୀ ଯୋଜନାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।
-ସନ୍ତୋଷ କୁମାର ସାହୁ, ବିଡିଓ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri