ପୁରୁଷୋତ୍ତମପୁର,୨୪ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଅନ୍ୟତମ ଐତିହାସିକ ପର୍ଯ୍ୟଟନସ୍ଥଳ ଜଉଗଡ଼ ଅବହେଳିତ ଅବସ୍ଥାରେ ପଡ଼ିଥିବା ହେତୁ ଏହାର ବିକାଶ ଲାଗି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହାର ଶିଳାନ୍ୟାସ କରିଛନ୍ତି। ଜିଲାପାଳ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ୮୬ ଲକ୍ଷ ଟଙ୍କା ପ୍ରଥମ ପର୍ଯ୍ୟାୟରେ ଅନୁଦାନ ପ୍ରଦାନ କରି କାର୍ଯ୍ୟ ଲାଗି ଏହି ଶିଳାନ୍ୟାସ କରିଛନ୍ତି। ଜିଲାପାଳଙ୍କ ସମେତ ଆସ୍କା ଏମ୍ପି ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପିଡି ଦତ୍ତତ୍ରୟ ଭାଉସାହେବ, ଇଫକୋର ନିର୍ଦ୍ଦେଶକ ସୀମାଞ୍ଚଳ ପାଢ଼ୀ, ଅନିଲ କୁମାର ଦାଶ, ଜିଲା ପରିଷଦ ସଭ୍ୟ ପି. ନାରାୟଣ ରାଓ ପ୍ରମୁଖ ଯୋଗଦେଇ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଲାଗି ଶିଳାନ୍ୟାସ କରିଥିଲେ। କାର୍ଯ୍ୟ ଯେପରି ଉନ୍ନତମାନର ହେବ ସେଥିନେଇ ଜିଲାପାଳ ଠିକାଦାରଙ୍କୁ ତାଗିଦ୍ କରିଥିଲେ। ଏହା ସହ କାଳେଶ୍ବର ମଡେଲ ପାର୍କରେ ଇଫ୍କୋ ପକ୍ଷରୁ ପର୍ଯ୍ୟଟକ ଲାଗି ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୋଲାର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ।