ଉପାନ୍ତ ଅଞ୍ଚଳରେ ନବନର୍ମିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ଆଣିବ ବିପ୍ଳବ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୯ା୮: ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୮ ଜିଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍‌ଘାଟନ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ମୟୂରଭଞ୍ଜ ଜିଲାର ତିରିଙ୍ଗ, କଳାହାଣ୍ଡିର ଥୁଆମୂଳ ରାମପୁର, ସୁନ୍ଦରଗଡ଼ର ଗୁରୁଣ୍ଡିଆ ଓ ନୂଆଗାଁ, କୋରାପୁଟର ବନ୍ଧୁଗାଁ ଓ ନାରାୟଣପାଟଣା, ନବରଙ୍ଗପୁରର ଝରିଗାଁ, କୋସାଗୁମୁଡ଼, ରାଇଘର ଓ ତେନ୍ତୁଳିଖୁଣ୍ଟି, ରାୟଗଡ଼ାର କାଶୀପୁର ଓ ରମଣଗୁଡା, ଗଞ୍ଜାମ ଜିଲାର ଧରାକୋଟ ଓ କନ୍ଧମାଳ ଜିଲାର ଖଜୁରୀପଦା ଆଦି ଅଞ୍ଚଳରେ ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍‌ଘାଟନ ହୋଇଛି।

ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଶିକ୍ଷା ହିଁ କେବେଳ ସେହି ମାଧ୍ୟମ, ଯାହାଦ୍ୱାରା ଯୁବବର୍ଗମାନେ ନିଜକୁ ସଶକ୍ତ କରିବା ସହ ସମାଜରେ ପରିବର୍ତ୍ତନ ଆଣିପାରିବେ। ଉପାନ୍ତ ଅଞ୍ଚଳରେ ନବନିର୍ମିତ ଏହି ୧୪ଟି ସରକାରୀ ସ୍ନାତକ ମହାବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ନିଶ୍ଚିତ ରୂପେ ବିପ୍ଳବ ଆଣିବ। ଏଥିସହିତ ଛାତ୍ରୀଛାତ୍ରଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢ଼ିବା ସହିତ ଡ୍ରପ୍‌ଆଉଟ୍‌ ପ୍ରତିଶତ ହ୍ରାସ ପାଇବ ବୋଲି କହିଛନ୍ତି।

Share