୨୪ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ୍ଡିଂ ଲୋକାର୍ପଣ

ସାକ୍ଷୀଗୋପାଳ,୨୨।୧(ପ୍ରଶାନ୍ତ ବାରିକ୍‌/କିଶୋର ମହାପାତ୍ର): ପୁରୀ ଜିଲା ସତ୍ୟବାଦୀରେ ରାଜ୍ୟ ସରକାରଙ୍କ ନିର୍ମାଣାଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ବିଲ୍ଡିଂକୁ ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ(ଭିସି) ମାଧ୍ୟମରେ ଲୋକାର୍ପଣ କରିବେ। ନିର୍ମାଣାଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଏକ ପ୍ରଶାସନିକ କୋଠା, ୧୮୦ ବିଦ୍ୟାର୍ଥୀଙ୍କ ନିମନ୍ତେ ଶ୍ରେଣୀଗୃହ, ପାଠାଗାର, ବିଦ୍ୟାର୍ଥୀଙ୍କ ୨ଟି ଛାତ୍ରାବାସ, ଭୋଜନାଳୟ ଓ ରାଧାକୁଣ୍ଡ ପୋଖରୀର ଉନ୍ନତୀକରଣ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ରହିଛି।
ପ୍ରକାଶଥାଉକି, ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ ନିମନ୍ତେ ୨୦୨୧ ଡିସେମ୍ବର ୮ରେ ମୁଖ୍ୟମନ୍ତ୍ରୀ ସତ୍ୟବାଦୀର ବକୁଳବନଠାରେ ଏକ ବକୁଳ ଗଛ ଲଗାଇବା ସହ ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ବକୁଳବନଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ସାଇନ୍‌ ବୋର୍ଡ ଲଗାଯିବା ପରେ ଓବିସିସି ଉକ୍ତ ନିର୍ମାଣ କାର୍ଯ୍ୟ ହାତକୁ ନେଇ ଭୁବନେଶ୍ୱରର ଅଚାର୍ଯ୍ୟ ବ୍ରଦର୍ଶ କନ୍‌ଷ୍ଟ୍ରକଶନ ଲିମିଟେଡ୍‌କୁ ନିର୍ମାଣ କାର୍ଯ୍ୟ ପାଇଁ ହସ୍ତାନ୍ତର କରିଥିଲା। ପ୍ରଥମେ ସୂଚନା ଅନୁଯାୟୀ, ଗତବର୍ଷ ଅଗଷ୍ଟ ୩୧ରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିବ ବୋଲି କୁହାଯାଇଥିଲା। ହେଲେ ନିର୍ମାଣ କାର୍ଯ୍ୟ ନ ସରିବାରୁ ଏହାର ଅବଧି ପୁନର୍ବାର ବୃଦ୍ଧି କରାଗଲା। ଏପଟେ ସରକାର ଗତବର୍ଷ ସେପ୍ଟେମ୍ବର ୫ ଗୁରୁ ଦିବସ ଅବସରରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ନ ସରିଥିବାରୁ ସାକ୍ଷୀଗୋପାଳ ପାନ୍ଥଶାଳାକୁ ଉଚ୍ଚ ଶିକ୍ଷା ବିଭାଗ ଭଡ଼ାସୂତ୍ରରେ ନେଇ ପ୍ରଥମ ପର୍ଯ୍ୟାୟରେ ପ୍ରାରମ୍ଭିକ ସ୍ନାତକୋତ୍ତର ପାଠ୍ୟଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବିଶ୍ୱବିଦ୍ୟାଳୟରେ ୩ଟି ବିଭାଗରେ ୨୪ ଲେଖାଏଁ ସମୁଦାୟ ୭୨ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାର୍ଥୀମାନେ ଏଠାରେ ପଢିବା ସହ ସ୍ଥାନୀୟ ସାକ୍ଷୀଗୋପାଳ କଲେଜ ହଷ୍ଟେଲରେ ରହୁଛନ୍ତି। ବିଶ୍ୱବିଦ୍ୟାଳୟରେ ଭିସି ପଦବୀ ବିଭାଗ ପୂରଣ ହୋଇଥିଲେ ମଧ୍ୟ ରେଜିଷ୍ଟ୍ରର, ଅଧ୍ୟକ୍ଷ, ପ୍ରଫେସର ଓ ଅଫିସ କର୍ମଚାରୀ ଡେପୁଟେଶନରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏ ସମ୍ପର୍କରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ ପଣ୍ଡା କହିଛନ୍ତି, ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନ ଓ ସତ୍ୟବାଦୀ ବିଧାୟକଙ୍କୁ କୃତଜ୍ଞତା ଦେବା ସହ ପଞ୍ଚସଖାଙ୍କ ପ୍ରତି ଏହା ରାଜ୍ୟ ସରକାରଙ୍କ ଏକ ସମ୍ମାନ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri