Categories: ଜାତୀୟ

ଉତ୍ତେଜନା ସୃଷ୍ଟିକାରୀ ଭାଷଣ:ଭାଜପା-ଶାହାଙ୍କ ବିରୋଧ ଅଭିଯୋଗ ଦାଖଲ କଲା କଂଗ୍ରେସ…

ବେଙ୍ଗାଲୁରୁ,୨୭।୪ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହା ସହିତ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହିକ୍ରମରେ ବର୍ତ୍ତମାନ କଂଗ୍ରେସ ଦଳ ପକ୍ଷରୁ ଭାଜପା ବିରୋଧରେ ଉତ୍ତେଜନାମୂଳକ ଭାଷଣ ସହ ଘୃଣାଭାବ ବୃଦ୍ଧି କରାଯାଉଥିବା ଅଭିଯୋଗ କରାଯାଇଛି। ଏହା ବିରୋଧରେ କଂଗ୍ରେସ ନେତାମାନେ ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡ ପୋଲିସ ଷ୍ଟେଶନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ବିରୋଧରେ ଅଭିଯୋଗ ଆଣିଛନ୍ତି।

କଂଗ୍ରେସ ଅଭିଯୋଗ କରିଛି , ଭାଜପା ଉତ୍ତେଜନାମୂଳକ ବିବୃତ୍ତି ଦେଇଛି, ଶତ୍ରୁତା ଏବଂ ଘୃଣାକୁ ପ୍ରୋତ୍ସାହିତ କରିଛି। ଏହା ସହିତ ବିରୋଧୀଙ୍କୁ ବଦନାମ କରିବା ପାଇଁ କାର୍ଯ୍ୟ କରିଛି। ଏହି ଅଭିଯୋଗ ଆଣିଥିବା ନେତାଙ୍କ ମଧ୍ୟରେ ରଣଦୀପ ସିଂ ସୁରଜେୱାଲା, ଡ. ପରମେଶ୍ୱର ଏବଂ ଡି.କେ ଶିବକୁମାର ଅଛନ୍ତି।

ଏହାପୂର୍ବରୁ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ମଧ୍ୟ ଏ ବିଷୟରେ ଟୁଇଟ କରିଥିଲେ। ଏଥିରେ ସେ କହିଥିଲେ, ଭାଜପା ଏବଂ ଅମିତ ଶାହା ପ୍ରତିଦିନ କର୍ନାଟକକୁ ଅପମାନ କରୁଛନ୍ତି। ଏଭଳି ରାଜନୀତି ଲଜ୍ଜାଜନକ।

Share