Categories: ଜାତୀୟ

ବିକଳ୍ପ ସାରର ପ୍ରସାର ଲାଗି ରାଜ୍ୟକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୨୯ା୬: ରାସାୟନିକ ସାର ପ୍ରୟୋଗ କମାଇବା ସହ ବିକଳ୍ପ ସାରର ପ୍ରସାର କରାଉଥିବା ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଯୋଗାଇଦେବେ। ଏଥିପାଇଁ ନୂଆ ଯୋଜନା ପିଏମ୍‌-ପ୍ରଣାମକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଗତ ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୩-୨୪ ଆର୍ଥତ୍କ ବର୍ଷ ଲାଗି ବଜେଟ ଉପସ୍ଥାପନ କଲାବେଳେ ପିଏମ୍‌-ପ୍ରଣାମ ଘୋଷଣା କରିଥିଲେ। ଉଦାହରଣ ସ୍ବରୂପ ଗୋଟିଏ ରାଜ୍ୟ ୧୦ ଲକ୍ଷ ଟନ୍‌ ପାରମ୍ପରିକ ସାର ବ୍ୟବହାର କରୁଛି। ଯଦି ଏହାକୁ ୩ ଲକ୍ଷ ଟନ୍‌କୁ କମାଇ ଦିଆଯାଏ, ତେବେ ୩,୦୦୦ କୋଟି ଟଙ୍କା ସବ୍‌ସିଡି ସଞ୍ଚୟ ହୋଇପାରିବ। ଏଥିରୁ ୫୦ ପ୍ରତିଶତ ଅର୍ଥାତ ୧,୫୦୦ କୋଟି ଟଙ୍କା କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟକୁ ବିକଳ୍ପ ସାରର ପ୍ରସାର ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ଯୋଗାଇଦେବେ ବୋଲି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି।
ସେହିପରି ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ୨୦୨୩-୨୪ ଋତୁ ପାଇଁ ଆଖୁ ଏଫ୍‌ଆର୍‌ପି (ଉଚିତ ଓ ଲାଭକାରୀ ମୂଲ୍ୟ) କୁଇଣ୍ଟାଲ ପିଛା ୧୦ ଟଙ୍କା ବଢ଼ାଇବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି। ଫଳରେ ଆଖୁ କୁଇଣ୍ଟାଲ ୩୧୫ ଟଙ୍କାକୁ ବୃଦ୍ଧି ପାଇବ।

Share