ପାକିସ୍ତାନରେ ଲଗାତାର ବର୍ଷା: ୭୬ ମୃତ, ୩୦ ବର୍ଷର ରେକର୍ଡ ଭାଙ୍ଗିଲା…

ଇସଲାମାବାଦ,୧୦।୭ : ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ପାକିସ୍ତାନର ଆର୍ଥିକ ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ପ୍ରବଳ ବର୍ଷା ଯୋଗୁ ଦେଶରେ ଇତି ମଧ୍ୟରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୩ ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହୀ ସୁନା ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ହୋଇଥିବା ୭୬ ଜଣଙ୍କ ମଧ୍ୟରେ ୧୫ ଜଣ ମହିଳା ଏବଂ ୩୧ ଜଣ ଶିଶୁ ଅଛନ୍ତି। ବର୍ଷା ଯୋଗୁଁ ୭୮ଘର କ୍ଷତିଗ୍ରସ୍ତ ହୋଇଛି। ବର୍ଷା ୩୦ ବର୍ଷର ରେକର୍ଡ ଭାଙ୍ଗିଥିବା ପାଣିପାଗ ବିଭାଗ କହିଛି।

Share