Posted inଜାତୀୟ

ନିର୍ବାଣ ମହୋତ୍ସବରେ ଅଘଟଣ: ମଞ୍ଚ ଭୁଶୁଡ଼ି ୭ ଭକ୍ତଙ୍କ ମୃତ୍ୟୁ, ୭୫ ଆହତ

ମିରଟ,୨୮।୧: ଉତ୍ତର ପ୍ରଦେଶର ବାଗପତ ଜିଲାରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଚାଲିଥିବା ଭଗବାନ ଆଦିନାଥଙ୍କ ନିର୍ବାଣ ଲଡୁ ମହୋତ୍ସବରେ ଷ୍ଟେଜ ଭୁଶୁଡ଼ି ୭ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ଜଣ ଭକ୍ତ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଭକ୍ତ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ଅନ୍ୟପକ୍ଷେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ଆହତମାନଙ୍କୁ ଇ-ରିକ୍ସାରେ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଖବର ପାଇ ପୋଲିସ ଫୋର୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତଙ୍କ ମଧ୍ୟରେ ୧୫ଜଣ ପୋଲିସ କର୍ମଚାରୀ ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଏହି ମର୍ମନ୍ତୁଦ ଦୁର୍ଘଟଣା ବାରୌତ ସହର କୋତୱାଲି ଅଞ୍ଚଳର ଗାନ୍ଧୀ ରୋଡରେ ଘଟିଛି। ମହୋତ୍ସବରେ ପାଇଁ ୬୫ ଫୁଟ ଉଚ୍ଚ ମଞ୍ଚ ନିର୍ମାଣ କରାଯାଇଥିଲା। ମଙ୍ଗଳବାର ନିର୍ବାଣ ମହୋତ୍ସବ ଅଧୀନରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା। ଏନେଇ ମଞ୍ଚରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ରହିଥିଲେ। ସେତିକିବେଳେ ଅସ୍ଥାୟୀ ସିଡ଼ି ଖସି ପଡିବାରୁ ମଞ୍ଚ ଭୁଶୁଡି ପଡିଥିଲା। ଫଳରେ ମଞ୍ଚ ତଳେ ଭକ୍ତମାନେ ଚାପି ହୋଇଯାଇଥିଲେ। ଏପରିକି ଘଟଣାସ୍ଥଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷୀୟାଙ୍କୁ ହତ୍ୟା, ଜାଳିଦେଲେ ସାବତ ମା’

ବକ୍ସର, ୨।୨: ବିହାରର ବକ୍ସର ଜିଲା ଡୁମରାଓ ଥାନା ନୟା ଭୋଜପୁର ଅଞ୍ଚଳରେ ଜଣେ ମହିଳା ନିଜର ୮ ବର୍ଷିୟା ସାବତ ଝିଅଙ୍କୁ ଗଳା ଚିପି ହତ୍ୟା...

କଙ୍ଗୋରେ ବିଦ୍ରୋହୀଙ୍କ ତାଣ୍ଡବ: ଭାରତୀୟ ଦୂତାବାସର ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ, ୨ା୨: କଙ୍ଗୋର କିନଶାସା ରାଜ୍ୟରେ ଥିବା ଭାରତୀୟ ଦୂତାବାସ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ “ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ” ପରାମର୍ଶ ଜାରି...

ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପାଇଁ ମହାକୁମ୍ଭରେ ବ୍ୟାପକ ପ୍ରସ୍ତୁତି: ହାଇ ଆଲର୍ଟରେ ମେଡିକାଲ ଟିମ୍‌

ପ୍ରୟାଗରାଜ/ମହାକୁମ୍ଭ ନଗର,୨।୨: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଗତ ମାସ ୨୯ ତାରିଖ ମୌନି ଅମାବାସ୍ୟା ଅମୃତ ସ୍ନାନ ବେଳେ ଦଳାଚକଟା ଘଟି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ତେଲଙ୍ଗାନା କଂଗ୍ରେସରେ ଫାଟ

ହାଇଦ୍ରାବାଦ,୨।୨: ତେଲଙ୍ଗାନାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ଦଳରେ ଅସନ୍ତୋଷକୁ ନେଇ ଚିନ୍ତା ବଢ଼ିଛି। ନିର୍ବାଚନ ପୂର୍ବରୁ କଂଗ୍ରେସର ୧୦ ଜଣ ବିଧାୟକ ଗୋପନରେ ରୁଦ୍ଧଦ୍ୱାର...

ଉତ୍ତରପ୍ରଦେଶ ସମେତ ଏସବୁ ରାଜ୍ୟରେ ବର୍ଷା: ଏହି ରାଜ୍ୟଗୁଡ଼ିକରେ ପଡ଼ିବ ପ୍ରବଳ ଥଣ୍ଡା! ସତର୍କ କଲା IMD

ନୂଆଦିଲ୍ଲୀ, ୨ା୨: ଦେଶର ଅନେକ ସ୍ଥାନରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଦିଲ୍ଲୀ-ଏନସିଆରରେ କୁହୁଡ଼ି ବଢ଼ିବା ଆରମ୍ଭ କରିଛି, ଯେତେବେଳେ କି ଉତ୍ତର ଭାରତ...

ମୁମ୍ବାଇରେ କ୍ରିକେଟ ଖେଳିଲେ ଋଷି ସୁନକ, ଫୋଟୋ ଶେୟାର କରି କହିଲେ ମଜାଦାର କଥା

ମୁମ୍ବାଇ,୨ା୨: ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ଏବେ ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ, ସେ ରବିବାର ଦକ୍ଷିଣ ମୁମ୍ବାଇର ପାର୍ସି ଜିମଖାନା ପରିଦର୍ଶନ...

ସଂସଦରେ ସ୍କ୍ରିନିଂ ହେବ ଜାପାନୀ ଫିଲ୍ମ, ଏକାଠି ବସି ଦେଖିବେ ଲୋକ ସଭା ବାଚସ୍ପତିଙ୍କ ସହ ଏମପି

ନୂଆଦିଲ୍ଲୀ,୨।୨: ସଂସଦ ଭବନରେ ପୂର୍ବରୁ ଅନେକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇସାରିଛି। ଏବେ ସଂସଦ ପରିସରରେ ଏକ ଜାପାନୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଛି। ଏହି ଫିଲ୍ମଟି...

କଂଗ୍ରେସରେ ଯୋଗ ଦେବେ ସଞ୍ଜୟ ରାଉତ? ନିତେଶ ରାଣେଙ୍କ ଦାବିକୁ ନେଇ ରଜନୀତି ସରଗରମ

ମୁମ୍ବାଇ,୨।୨: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଭାଜପା ବିଧାୟକ ନିତେଶ ରାଣେ ଶିବସେନାର ୟୁବିଟି ଏମପି ସଞ୍ଜୟ ରାଉତଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image