ଯାତ୍ରା ଚାଲିଥିବାବେଳେ ଅଘଟଣ: ଦର୍ଶକଙ୍କ ଛୁରାମାଡ଼ରେ କମିଟି ସଭ୍ୟ ଆହତ

ଲୋଇସିଂହା,୨।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ଅନ୍ତର୍ଗତ ବିନ୍ଧାପାଲିରେ ଶ୍ରୀକ୍ଷେତ୍ର ଗଣନାଟ୍ୟ ଅପେରା ଅନୁଷ୍ଠିତ ହେଉଛି। ମଙ୍ଗଳବାର ତୃତୀୟ ରଜନୀ ଜଣେ ଟ୍ରାନ୍ସଜେଣ୍ଡର ଦର୍ଶକଙ୍କ ଉନ୍ମକ୍ତ କାଣ୍ଡ ଭିଆଇଥିଲେ। ଟ୍ରାନ୍ସଜେଣ୍ଡରଙ୍କ ଛୁରା ମାଡ଼ ଆକ୍ରମଣରେ ଆୟୋଜକ କମିଟିର ସଭ୍ୟ ମୁନୁପାଲି ଗ୍ରାମର ଡୋଲା ବିଶି ଆହତ ହୋଇଛନ୍ତି। କମିଟି ସଦସ୍ୟ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆଗଲପୁର ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡୋଲା ବିଶିଙ୍କ ଅଭିଯୋଗ କ୍ରମେ ଆଗଲପୁର ଥାନାରେ କେସ (ନଂ ୧୬୫।୨୪) ଏକ ମାମଲା ରୁଜୁ ହୋଇଛି। ଆକ୍ରମଣ କରିଥିବା ଟ୍ରାନ୍ସଜେଣ୍ଡର ଘଟଣା ପରଠୁ ଫେରାର ହୋଯାଇଛନ୍ତି। ଧରିବାକୁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ବାସୁଦେବ ଭୋଇ କହିଛନ୍ତି।

ପ୍ରକାଶ, ମଙ୍ଗଳବାର ତୃତୀୟ ରଜନୀ ନାଟକ ଚାଲିଥିଲା ବେଳେ ଲଖନପାଲି ଗ୍ରାମର କିନ୍ନର ଦର୍ଶକଙ୍କ ରମାକାନ୍ତ ବରିହା ମଞ୍ଚକୁ ଚଢ଼ି ଯାଇଥିଲେ। ଏହି ସମୟରେ କମିଟି ସଦସ୍ୟ ତାଙ୍କୁ ମଞ୍ଚରୁ ଓହ୍ଲାଇ ଆସିବାକୁ କହିଥିଲେ। ହେଲେ ଟ୍ରାନ୍ସଜେଣ୍ଡର ରମାକାନ୍ତ ଉତକ୍ଷିପ୍ତ ହୋଇ ପଡ଼ି ଧରି ଥିବା ଏକ ଛୁରାରେ କମିଟି ସଭ୍ୟ ଡୋଲା ବିଶିଙ୍କୁ ଆକ୍ରମଣ କରିଥିଲେ। ଡୋଲାଙ୍କ ୨ ରୁ ୩ ଟି ସ୍ଥାନ ରେ କ୍ଷତ ସୃଷ୍ଟି ହେଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

 

Share