ପୁଣି ମୁଣ୍ଡ ନେଲା କନାକୁଣ୍ଡ: ଇବ୍‌ ନଦୀରେ ବୁଡ଼ି ଚାଲିଗଲା ଜୀବନ

ସୁନ୍ଦରଗଡ଼,୭।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ଗାଁ ନିକଟ ଇବ୍‌ ନଦୀର କନାକୁଣ୍ଡ ଘାଟରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଜଣେ ଯୁବକ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି । ଯୁବକ ଜଣକ ବିହାର ପାଟଣାର ରୁପେଶ କୁମାର। ସେ ଝାରସୁଗୁଡ଼ା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିଲେ । ରୁପେଶ ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ଦୁଇଟି ବାଇକ୍‌ରେ ବୁଲିବା ପାଇଁ ଯାଇଥିଲେ । ଅନ୍ୟ ଦୁଇ ସାଙ୍ଗ ପଥରରେ ପାରି ହୋଇ ଆରପଟକୁ ଗଲା ପରେ ରୁପେଶଙ୍କ ଗୋଡ଼ ଖସିଯିବାରୁ ନଦୀରେବୁଡି ଯାଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।
ସୂଚନା ଯୋଗ୍ୟ ଗତ ବର୍ଷ ଜାନୁଆରୀ ମାସରେ ପିକ୍‌ନିକ କରିବା ପାଇଁ ଆସି ରାଜଗାଙ୍ଗପୁର ଅଞ୍ଚଳର ଜଣେ ଯୁବତୀଙ୍କର ଗୋଡ଼ ଖସିଯାଇ ସେହି ସ୍ଥାନରେ ବୁଡ଼ ମୃତ୍ୟୁ ଘଟିଥିଲା।