Categories: ଜାତୀୟ

ଗୋଟିଏ ଆମ୍ବୁଲାନ୍ସରେ ୨୨ ମୃତଦେହ ଶ୍ମଶାନ ଯିବା ଘଟଣା: ହାଇକୋର୍ଟ ମାଗିଲେ ଜବାବ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ କରୋନା ପରିସ୍ଥିତି ଭୟାବହ ହୋଇଛି। ଏଠାରେ ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଏହାସହ ମୃତଦେହ ପୋଡିବା ପାଇଁ ଶ୍ମଶାନରେ ଯାଗା ମିଳୁନାହିଁ। ମଙ୍ଗଳବାର ବମ୍ବେ ହାଇକୋର୍ଟ କହିଛନ୍ତି ଯେ, କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ଘଣ୍ଟା ଘଣ୍ଟା ଧରି ରଖାଯାଇପାରିବ ନାହିଁ ଏବଂ ଏହା ସହ କୋର୍ଟ ମହାରାଷ୍ଟ୍ର ସରକାର ଏବଂ ବିଏମସିକୁ ରାଜ୍ୟ ତଥା ମୁମ୍ବାଇରେ ଥିବା ଶ୍ମଶାନର ସ୍ଥିତି ବିଷୟରେ ଅବଗତ କରାଇବାକୁ କହିଛନ୍ତି। ପ୍ରଧାନ ବିଚାରପତି ଦୀପାଙ୍କର ଦତ୍ତ ଏବଂ ଜଷ୍ଟିସ ଜିଏସ କୁଲକର୍ଣ୍ଣିଙ୍କ ଏକ ବେଞ୍ଚ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ଏବଂ ଅନ୍ୟାନ୍ୟ ପୌରସଂସ୍ଥା ଏହି ସମସ୍ୟାର ସମାଧାନ ପାଇଁ କିଛି ଠୋସ ପଦକ୍ଷେପ ନେବା ଉଚିତ୍‌। ଶରୀରକୁ ଘଣ୍ଟା ଘଣ୍ଟା ଧରି ରଖାଯାଇପାରିବ ନାହିଁ। ଏହାସହ ଗୋଟିଏ ଆମ୍ବୁଲାନ୍ସରେ ୨୨ ମୃତଦେହ ଶ୍ମଶାନ ଯିବା ଘଟଣାରେ ମଧ୍ୟ ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଛନ୍ତି।

Share