ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ ହୋଇଛନ୍ତି। ମହାପ୍ରଭୁଙ୍କ ସେବା ପୂଜାରୁ ତାଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ତାଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ରୋଷ ଘରେ ପ୍ରବେଶ ନିଷିଦ୍ଧ କରାଯାଇଛି। ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳା ପରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶସକ କହିଛନ୍ତି।

ସୂଚନାଯୋଗ୍ୟ,କିଛିଦିନର ବ୍ୟବଧାନ ପରେ ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଦୁର୍ବୃତ୍ତ ପଶ୍ଚିମଦ୍ୱାର ନିକଟରେ ଭୁଜାଲିରେ ହାଣିଛନ୍ତି। ଆକ୍ରମଣରେ ପ୍ରତିହାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଛି।

ଆକ୍ରମଣର ଶିକାର ହୋଇଥିବା ପ୍ରତିହାରୀ କହିଛନ୍ତି, ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅଣସେବାୟତଙ୍କ ପ୍ରବେଶ ଓ ବାହାର ଜିନିଷ ବିକ୍ରି ଉପରେ କଟକଣା ଲାଗୁ କରାଯାଇଛି। ଫଳରେ ଆନନ୍ଦ ବଜାରରେ ବସି ରାବିଡ଼ି ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିବା ବ୍ୟକ୍ତିମାନଙ୍କୁ ହଟାଇ ଦିଆଯାଇଥିଲା। ଆନନ୍ଦବଜାରରେ ରାବିଡ଼ି ବିକ୍ରି କରୁଥିବା ଜଣେ ବ୍ୟକ୍ତି ସେହି ରାଗ ରଖି ତାଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ତାଙ୍କ ଡାହାଣ ହାତ ସମେତ ଶରୀରର କେତେକ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ପୋଲିସ ଖବର ପାଇ ପ୍ରଥମେ ଘଟଣାସ୍ଥଳ ଓ ପରେ ମେଡିକାଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି।...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court

ନୂଆଦିଲ୍ଲୀ,୨୨।୪: ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା...

ନବୀନଙ୍କୁ ପରାମର୍ଶ: ନିର୍ଦ୍ଦିଷ୍ଟ ବରିଷ୍ଠ ନେତାଙ୍କୁ ଜାଣିକି ଦଳରୁ ଦୂରାଅନି

ଭୁବନେଶ୍ୱର, ୨୨ା୪(ସୁନିତ୍‌ ମିଶ୍ର): ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକ ୯ମ ଥର ଲାଗି ଦାୟିତ୍ୱ ନେବା ପରେ ଦଳର ରାଜ୍ୟ କମିଟିଗୁଡ଼ିକର ରୂପରେଖ କିପରି...

ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ ପ୍ରସିଦ୍ଧ କ୍ରିକେଟର୍‌: ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୨।୪: ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କ ନାଁରେ ତାଙ୍କ ପତ୍ନୀ ଗରିମା ମିଶ୍ର ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅମିତ ତାଙ୍କୁ ଯୌତୁକ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image