କଟକ,୧୨ା୧ (କାର୍ତ୍ତିକ ସାହୁ)- ଢେଙ୍କାନାଳ ଜିଲା କାମାକ୍ଷାନଗର ବାର୍ ଆସୋସିଏଶନ୍ ନିର୍ବାଚନ ମାମଲାରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବାର୍ ସଭାପତି ଧର୍ମାନନ୍ଦ ମଲ୍ଲିକ ଓ ନିର୍ବାଚନ ଅଧିକାରୀ ପ୍ରଭାସ ରଞ୍ଜନ ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସଭାପତି ମଲ୍ଲିକ ବେନିୟମ ଭାବେ ବାର୍ ଆସୋସିଏଶନ୍ କାର୍ଯ୍ୟାଳୟକୁ ତାଲା ପକାଇ ରଖିଥିବାରୁ ୨୪ ଘଣ୍ଟା ମଧ୍ୟରେ ତାଲା ଖୋଲି ଅଫିସ୍ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରାଇବାରେ ସାହାଯ୍ୟ କରନ୍ତୁ ବୋଲି ଆଦେଶ ଦିଆଯାଇଛି। ଏଥିସହ ଉଭୟଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେନେଇ ୧୫ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ର ଜବାବ ରଖିବାକୁ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ଶୁକ୍ରବାର ଆଦେଶ ଦେଇଛନ୍ତି।
Posted inଆମ ଜିଲା ଖବର, କଟକ, ମେଟ୍ରୋ