ଭାଜପା କର୍ମକର୍ତ୍ତାଙ୍କୁ ମାଡ ମାରିବା ଘଟଣା: ଥାନାରେ ଏତଲା

ଦେବଗଡ, ୩।୩(ଡି. ଏନ. ଏ.) : ବିକ୍ଷୋଭ ବେଳେ ପୋଲିସ ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ମାଡ ମାରିବା ଘଟଣାରେ ଶୁକ୍ରବାର ଦେବଗଡ଼ ଭାଜପା କର୍ମକର୍ତ୍ତା ପକ୍ଷରୁ ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦିଆଯାଇଛି। ଏଥି ସହିତ ଜିଲାର ସମସ୍ତ ଥାନାରେ ଏତଲା ଦେଇଛନ୍ତି। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ , ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଭୁବନେଶ୍ୱର ଲୋୟର ପିଏମଜି ଠାରେ ରାଜ୍ୟ ଯୁବ ମୋର୍ଚ୍ଚା ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିଲା। ହେଲେ ପୋଲିସ ଭାଜପା ଯୁବ ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିଲା। ତେବେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଶୁକ୍ରବାର ରାଜ୍ୟର ସମସ୍ତ ପୋଲିସ ଷ୍ଟେଶନରେ ଭାଜପା ଏତଲା ଦେଇଛି। ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀ ନେତୃତ୍ୱରେ ବହୁ ଦଳୀୟ କର୍ମୀ ଆସି ଦେବଗଡ଼ ଥାନା ସାମ୍ନାରେ ବିକ୍ଷୋଭ କରିଥିଲେ। ପରେ ରାଜ୍ୟ ଡିଜିପି କମିଶନର , ଏସିପିଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମିଳା କହିଲେ ଆମ ଦଳରେ ସବୁ ଠିକ୍‌ : ନବୀନଙ୍କ ସପକ୍ଷରେ ସମସ୍ତେ

ଭୁବନେଶ୍ୱର,୧୫।୪: ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଥିଲା। ପରେ ନେତାଙ୍କ ମେଳି ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ଆମ...

ପ୍ରତିମୂର୍ତ୍ତି ଜାଳିଥିବା ବ୍ୟକ୍ତି ଚିହ୍ନଟ: ପ୍ରତିକ୍ରିୟା ରଖିଲେ ହିମାଂଶୁ ଲାଲ…

ପାଟଣାଗଡ଼,୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ...

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ଉପରେ ସୁଧ ଛାଡ଼

ଭୁବନେଶ୍ୱର, ୧୫।୪(ସୁନିତ ମିଶ୍ର): ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ...

ଭାଜପା ଉପରେ ବର୍ଷିଲେ ପ୍ରମିଳା: କହିଲେ…

ଭୁବନେଶ୍ୱର,୧୫।୪: ଭାଜପା ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଭାଜପା ସରକାର ମହାପୁରୁଷଙ୍କୁ ଉଚିତ୍‌ ସମ୍ମାନ ଦେଉନାହିଁ। ବିଜୁ...

ୱାକଫ୍ ବିଲ୍ ପରେ ୟୁନିଫର୍ମ ସିଭିଲ୍ କୋଡ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର

ନୂଆଦିଲ୍ଲୀ,୧୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଐତିହାସିକ ୱାକଫ୍ ବିଲ୍ ସଂଶୋଧନ କରିବା ପରେ ଏବେ ଦେଶରେ ଏବେ ୟୁନିଫର୍ମ ସିଭିଲ୍ କୋଡ୍...

ଶିଶୁପୁତ୍ରକୁ ଅପହରଣ ନୁହେଁ ପାଳିବାକୁ ନେଇଥିବା କହିଲେ ଅଭିଯୁକ୍ତ , ହେଲେ କହିଲେନି…

ଭୁବନେଶ୍ୱର,୧୫।୪: ଭୁନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି।...

ବଳକା ତେଲ ସ୍ବାସ୍ଥ୍ୟ ପାଇଁ କେତେ ଭଲ

ଚଟପଟା ଖାଦ୍ୟ ସଭିଙ୍କୁ ବେଶ୍‌ ପସନ୍ଦ। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ଆଗ୍ରହରେ ଖାଇ ଥାଆନ୍ତି। ଏପଟେ ଭାରତୀୟ ଖାଦ୍ୟରେ ତେଲର ଭୂମିକା ମଧ୍ୟ ଯଥେଷ୍ଟ...

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ପରେ ମଙ୍ଗଳବାର କ୍ୟାପିଟାଲ ହସ୍ପଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’ କୋଳକୁ ଫେରେଇ ଦିଆଯାଇଛି। ଛୁଆକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image