Advertisement

ଭାଜପା କର୍ମକର୍ତ୍ତାଙ୍କୁ ମାଡ ମାରିବା ଘଟଣା: ଥାନାରେ ଏତଲା

ଦେବଗଡ, ୩।୩(ଡି. ଏନ. ଏ.) : ବିକ୍ଷୋଭ ବେଳେ ପୋଲିସ ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ମାଡ ମାରିବା ଘଟଣାରେ ଶୁକ୍ରବାର ଦେବଗଡ଼ ଭାଜପା କର୍ମକର୍ତ୍ତା ପକ୍ଷରୁ ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦିଆଯାଇଛି। ଏଥି ସହିତ ଜିଲାର ସମସ୍ତ ଥାନାରେ ଏତଲା ଦେଇଛନ୍ତି। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ , ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଭୁବନେଶ୍ୱର ଲୋୟର ପିଏମଜି ଠାରେ ରାଜ୍ୟ ଯୁବ ମୋର୍ଚ୍ଚା ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିଲା। ହେଲେ ପୋଲିସ ଭାଜପା ଯୁବ ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିଲା। ତେବେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଶୁକ୍ରବାର ରାଜ୍ୟର ସମସ୍ତ ପୋଲିସ ଷ୍ଟେଶନରେ ଭାଜପା ଏତଲା ଦେଇଛି। ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀ ନେତୃତ୍ୱରେ ବହୁ ଦଳୀୟ କର୍ମୀ ଆସି ଦେବଗଡ଼ ଥାନା ସାମ୍ନାରେ ବିକ୍ଷୋଭ କରିଥିଲେ। ପରେ ରାଜ୍ୟ ଡିଜିପି କମିଶନର , ଏସିପିଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share