ଚାଲି ଚାଲି ପରୀକ୍ଷା ଦେବାକୁ ଯିବା ଘଟଣା: ତଦନ୍ତ କଲା ବ୍ଲକ ଶିକ୍ଷା ବିଭାଗ

ମୋରଡ଼ା,୧୪।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ଶ୍ରେଣୀର ୯୦ଜଣ ଛାତ୍ରୀ ୬ କିଲୋମିଟର ଚାଲି ଚାଲି ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ବାରମାଇଲସ୍ଥିତ ଉପେନ୍ଦ୍ରନାଥ ଘୋଷ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ। ଏହି ସଂକ୍ରାନ୍ତରେ ଏକ ଖବର ଧରିତ୍ରୀରେ ଗତ ୧୨ ତାରିଖରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ବ୍ଲକ ଶିକ୍ଷା ବିଭାଗ ତଦନ୍ତ କରି ଜଲା ଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି l

ଜିଲା ଶିକ୍ଷା ଅଧିକାରୀ ମୋରଡ଼ା ବ୍ଲକ ବିଇଓଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଦୁଇଜଣ ଏବିଇଓ ଘଟଣାର ତଦନ୍ତ ପରେ ରିପୋର୍ଟ ପ୍ରଦାନ କରିଥିବା ବିଇଓ ମନମୋହନ ହେମ୍ବ୍ରମ ପ୍ରକାଶ କରିଛନ୍ତି। ତଦନ୍ତରେ ଛାତ୍ରୀମାନେ କେନାଲ ରାସ୍ତାରେ ଚାଲିଚାଲି ପରୀକ୍ଷା ଦେବାକୁ ଯିବା ଘଟଣା ସତ ପ୍ରମାଣିତ ହୋଇଥିବା ବିଇଓ ହେମ୍ବ୍ରମ ପ୍ରକାଶ କରିଛନ୍ତି।

Share