ଘରୋଇ ଅନୁଷ୍ଠାନରେ ଫି’ ଦେଇ ନ ପାରି ପରୀକ୍ଷାରୁ ବଞ୍ଚିତ ଘଟଣା: ୫ ଦିନ ପରେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଦେବାକୁ ମିଳିଲା ସୁଯୋଗ

ଦାରିଙ୍ଗବାଡି, ୭।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ସିମନବାଡି ପାଦ୍ରୀପିଓ ଇଂରାଜୀ ମିଡିୟମ ବିଦ୍ୟାଳୟରେ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଘଟଣା ଇତିମଧ୍ୟରେ ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା ଦାରିଙ୍ଗବାଡି ବିଇଓ ହାଡ଼ିବନ୍ଧୁ ବେହେରାଙ୍କ ଘଟଣାକୁ ନେଇ କୌଣସି ପଦକ୍ଷେପ ନନେବା କିମ୍ବା ଘଟଣା ଘଟିଥିଲେ ମଧ୍ୟ ତଦନ୍ତ ନକରିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି।

ବିଇଓଙ୍କ କାର୍ଯ୍ୟାଳୟରୁ ମାତ୍ର ୧୨ କିମି ଦୂରତାରେ ଉକ୍ତ ବିଦ୍ୟାଳୟ ରହିଥିବା ବେଳେ କେଉଁ ପରିସ୍ଥିତିରେ ବିଇଓ ଘଟଣା ରେ ଛାତ୍ରୀଛାତ୍ର ବଞ୍ଚିତ ହୋଇଥିଲେ ମଧ୍ୟ ସେ ନିରବ ରହିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଅଭିଭାବକ ମାନେ କହିଛନ୍ତି। ଘରୋଇ ଅନୁଷ୍ଠାନ କୁ ସରକାରୀ ସ୍ତରରେ ବିଇଓ ତଦନ୍ତ କରି ଏନଓସି ପ୍ରଦାନ କରିଥାନ୍ତି ସରକାରଙ୍କ ଗାଇଡଲାଇନକୁ ମାନି ଘରୋଇ ଅନୁଷ୍ଠାନ ଗୁଡିକ ବିଦ୍ୟାଳୟ ପରିଚାଳନା କରିବା ନିୟମ ସଠିକ ଭାବେ ପାଳନ କରାଯାଉଛିକି ନାହିଁ ତାର ତଦାରଖ କରିବା ନିୟମ କୁ ତଦାରଖ କରିବା ବିଇଓଙ୍କ ଦାୟିତ୍ୱ ରହିଥିଲେ ସୁଦ୍ଧା ତାହା ପାଳନ କରାଯାଉନଥିବା ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି।

ତେବେ ଛାତ୍ରୀଛାତ୍ର ପରୀକ୍ଷାରୁ ବଞ୍ଚିତ ହୋଇଥିବା ନେଇ ଅଭିଭାବକ ମାନେ କନ୍ଧମାଳ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ, ବିଇଓ, ବ୍ଲକ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେବଳ ଖବର ପ୍ରକାଶିତ କୁ ନେଇ ରାଜ୍ୟ ଅନୁସୂଚିତ ଜନଜାତି, ଜାତି ବିଭାଗର ସଚିବ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏହି କ୍ରମରେ ଦାରିଙ୍ଗବାଡି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁଶ୍ୱଜିତ ଜାଲି ତଦନ୍ତ କରି ଜିଲ୍ଲାକୁ ରିପୋର୍ଟ ଦେଇଛନ୍ତି ସେ ତଦନ୍ତ କରିବା ସମୟରେ ବିଦ୍ୟାଳୟର କର୍ତ୍ତ୍ୟୁପକ୍ଷଙ୍କ ଅନେକ ତ୍ରୁଟି ଥିବା ସେ ରିପୋର୍ଟ ରେ ଦର୍ଶାଇଛନ୍ତି। ଏକାଧିକ ଅଭିଭାବକ ଫି’ଦେଇପାରିନଥିବା ବେଳେ ହାତ ଗଣତି କିଛି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ପରୀକ୍ଷାରୁ ବଞ୍ଚିତ କରାଯାଇଛି ସେହିପରି ବକେୟା ଥିଲେ ପରୀକ୍ଷା ଦେଇପାରିବେନି ବୋଲି କୌଣସି ଅଭିଭାବକଙ୍କଠାରୁ ଅଣ୍ଡରଟେକିଂ ଲିଖିତ ରଖାଯାଇନଥିବା ଭଳି ତ୍ରୁଟିକୁ ସେ ରିପୋର୍ଟରେ ଦର୍ଶାଇଥିବା ଜଣାପଡିଛି। ସେପଟେ ନିଜ ଭୁଲ କୁ ସୁଧାରିବାକୁ ବିଦ୍ୟାଳୟ କର୍ତ୍ତ୍ୟୁପକ୍ଷ ଗୁରୁବାର ତଦନ୍ତ ପରେ ଅଭିଭାବକ ମାନଙ୍କୁ ବୈଠକ ଡାକିବା ସହ ପରୀକ୍ଷାରୁ ବଞ୍ଚିତ ଛାତ୍ରଙ୍କୁ ଶୁକ୍ରବାର ସୁଯୋଗ ଦେଇଛନ୍ତି।

ପ୍ରକାଶ ଯେ, ସୋମବାରଠାରୁ ଷଷ୍ଠ ଠାରୁ ନବମ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା ଚାଲିଥିବାବେଳେ ୫ ଦିନ ପରେ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇପାରିଥିବା ଅଭିଭାବକ ପ୍ରତାପ ଦିଗାଲ, ଶ୍ୟାମସେନ ଦିଗାଲ କହିଛନ୍ତି। ବିଇଓ ଆସି ନ ଥିବା ନେଇ ବିଇଓ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ସେ ଶୁକ୍ରବାର ତଦନ୍ତ କରିବେ ସେ ସରକାରଙ୍କ ନିୟମ ଉଲଂଘନ କରିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri