Posted inଜାତୀୟ

ଚନ୍ଦ୍ରଚୂଡଙ୍କ ଘରକୁ ମୋଦି ଯିବା ଘଟଣା: ବିରୋଧୀ କହିଲେ, ଜଷ୍ଟିସ Chandrachud ଙ୍କ ଉପରେ ସନ୍ଦେହ ହେଉଛି…

ନୂଆଦିଲ୍ଲୀ,୧୨।୯: ଚନ୍ଦ୍ରଚୂଡଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଭେଟିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଭାଜପା-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ଫଟୋରେ ଚନ୍ଦ୍ରଚୂଡଙ୍କ ସ୍ତ୍ରୀ ମଧ୍ୟ ନଜର ଆସିଛନ୍ତି। ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ମୋଦି CJI DY Chandrachud ବାସଭବନରେ ଆରତୀ କରୁଥିବାର ନଜର ଆସିଛନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଘଟଣାକୁ ନେଇ ସଞ୍ଜୟ ରାଉତଙ୍କ ଠାରୁ ଆରମ୍ଭ କରି ସଞ୍ଜୟ ସିଂ ପରି ନେତା ଭାଜପାକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏହାକୁ କାଉଣ୍ଟର କରି ଭାଜପା କହିଛି, ଗତକାଲିର ପୂଜା ଏବଂ ଆରତୀ ଦେଶର ଅନେକ ଲୋକଙ୍କ ନିଦ ହଜାଇବା ସହ ଖାଇବା ପିଇବା ବିଗାଡି ଦେଇଛି।

ଏମପି ସଞ୍ଜୟ ସିଂହ କହିଛନ୍ତି, ଭାଜପା ପୂଜାପାଠକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରେ। ପୂଜା ଓ ବିଶ୍ୱାସକୁ କିଏ ପ୍ରଶ୍ନ ଉଠାଇଲା? ଭାଜପା ପାଇଁ ପୂଜାର ଅର୍ଥ ହେଉଛି ରାଜନୈତିକ ବ୍ୟବହାର। ସେହପରି ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ମଧ୍ୟ କହିଛନ୍ତି, ଏହା ଗଣପତିଙ୍କ ପର୍ବରେ, ଲୋକମାନେ ପରସ୍ପରର ଘରକୁ ଯାଆନ୍ତି। କିନ୍ତୁ ପିଏମ ମୋଦି ଏପର୍ଯ୍ୟନ୍ତ କେତେ ଲୋକଙ୍କ ଘର ପରିଦର୍ଶନ କରିଛନ୍ତି? ମୋ ପାଖରେ ସୂଚନା ନାହିଁ ।

ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନ ବିଚାରପତି ଏହି ଘଟଣାରୁ ନିଜକୁ ଦୂରେଇ ରଖିବା ଉଚିତ କାରଣ ଏହି ପ୍ରସଙ୍ଗରେ ଅନ୍ୟ ଦଳ ସହ ତାଙ୍କର ସମ୍ପର୍କ ଖୋଲାଖୋଲି ଦେଖାଯାଉଛି। ଏପରି ପରିସ୍ଥିତିରେ Chandrachud ଆମକୁ ନ୍ୟାୟ ଦେବାରେ ସକ୍ଷମ ହେବ କି? ଆମେ ତାରିଖ ପରେ ତାରିଖ ପାଉଛୁ । ଏଠାରେ ବେଆଇନ ଭାବେ ସରକାର ଚାଲିଛି। ଏହି ଉପାୟରେ ଶିବସେନା ଏବଂ ଏନସିପି ଭାଙ୍ଗିଥିଲେ। ଆମକୁ ନ୍ୟାୟ ଦେବାକୁ ଯାଉଥିବା CJI ଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଏପରି ସମ୍ପର୍କ ଅଛି, ସେଥିପାଇଁ ମନରେ ଏକ ସନ୍ଦେହ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍‌ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ।...

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri