ବାତ୍ୟା ଆଶ୍ରୟସ୍ଥଳରେ ଯୁବକଙ୍କ ହତ୍ୟା ଘଟଣା: ଜଣାପଡିଲା ବଡ଼ କାରଣ…

ରାଜନଗର,୧୯।୧୦(କୃତିବାସ ପ୍ରଧାନ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା କୁରୁଣ୍ଟି ବାତ୍ୟା ଆଶ୍ରୟସ୍ଥଳରେ ରଶ୍ମିରଂଜନ ପରିଡାଙ୍କ ହତ୍ୟା ଘଟଣାର ତଦନ୍ତକୁ ପୋଲିସ ଜୋରଦାର କରିଛି। ଘଟଣା ସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ତଦନ୍ତ କରୁଛି। ଶବର କେଳାଙ୍କ ସହ ପୁରୁଣା ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଶୁକ୍ରବାର ସଂଧ୍ୟାରେ ମୃତ ଯୁବକଙ୍କ ବାପାଙ୍କ ଉପସ୍ଥିତରେ ସମାଧାନ ବୈଠକ ପରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପ୍ରାୟ ଦୁଇ କେଜି ଗଂଜେଇ ମଧ୍ୟ ଜବତ କରିଥିବାରୁ ଚୋରା ମଦ ଓ ଗଂଜେଇ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ, କହିଲେ…

ଭବାନୀପାଟଣା,୧୯।୧୦( ଉତ୍ତମ କୁମାର ଦାଶ):  ପୁଣି ବିଜେଡିକୁ ଝଟ୍‌କା କଳାହାଣ୍ଡିର ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ ଶନିବାର ଭାଜପାରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ...

ବାଣ ଭିଡୁଥିବା ବେଳେ ହଠାତ୍‌ ହେଲା ବିସ୍ଫୋରଣ: ଉଡ଼ିଲା  ଘରର ଟିଣ ଚାଳ, ୪ ଗୁରୁତର       

ଖଲ୍ଲିକୋଟ, ୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଶନିବାର ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୪...

ପରିବାର ଉଜାଡିଦେଲା ସାପ: ଚାଲିଗଲା ବାପ-ଝିଅଙ୍କ ଜୀବନ

ହରଭଙ୍ଗା,୧୯।୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜ଼ିଲା ହରଭଙ୍ଗା ବ୍ଲକର ଚାରିଛକ ବଜ଼ାର ନିକଟ ଠିଡିକଜୋର ଠାରେ ସାପ କାମୁଡାରେ ଜଣେ ଶିକ୍ଷକ ଏବଂ ତାଙ୍କ ଝିଅଙ୍କ...

ଆତଙ୍କ ଖେଳାଛନ୍ତି ୨୯ଟିକିଆ ହାତୀପଲ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ପାଟଣା,୧୯।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ   ଏକ ୨୯  ଟିକିଆ ବଣୁଆ ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଛନ୍ତି।  ଶୁକ୍ରବାର ବିଳମ୍ବିତ ରାତିରେ  ହାତୀପଲ ପଶି...

ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ

ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା...

କୋଟିଆ ପଞ୍ଚାୟତର ନୂଆ ଭୋଟକେନ୍ଦ୍ର ଉପରେ ମୋହର ମାରିଲେ କେନ୍ଦ୍ର ନିର୍ବାଚନ ଅଧିକାରୀ: ଗ୍ରାମରେ ଖେଳିଗଲା ଖୁସି

ପଟ୍ଟାଙ୍ଗି,୧୯।୧୦(ଶରତ ଧଳ): ଓଡ଼ିଶାର ଭୋଟରଙ୍କ ଦୁର୍ବଳତାର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସପକ୍ଷରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ...

ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ

କେନ୍ଦ୍ରାପଡ଼ା,୧୯।୧୦:କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri