ସୋସିଆଲ ମିଡିଆରେ ଧର୍ମକୁ ନିନ୍ଦା ମହଙ୍ଗା ପଡ଼ିବ

କଲମ୍ବୋ,୨୯ା୫: ସୋସିଆଲ ମିଡିଆରେ ଧର୍ମକୁ ନିନ୍ଦା କରାଯାଉଥିବା ଘଟଣାକୁ ରୋକିବା ପାଇଁ ଶ୍ରୀଲଙ୍କାରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଏକ ନୂତନ ନିୟମ ପ୍ରସ୍ତୁତ କରାଯାଉଛି। ଏଥିରେ ଇଣ୍ଟରନେଟ୍‌ରେ ଧର୍ମ ବିରୋଧରେ ମନ୍ତବ୍ୟ କିମ୍ବା ବ୍ୟଙ୍ଗ କରିବା ବେଆଇନ ହେବ।

ଶ୍ରୀଲଙ୍କାର ଧର୍ମ ଓ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଏକ ଆଇନ ପ୍ରଣୟନ ହେବ। ଏହା ସୋସିଆଲ ମିଡିଆରେ ଧର୍ମକୁ ଅପମାନିତ କରିବା ଘଟଣାକୁ ବନ୍ଦ କରିବ। ଧର୍ମ ଉପରେ ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ନତାଶା ଏଦିରିସୂର୍ଯ୍ୟଙ୍କ ଅପମାନଜନକ ମନ୍ତବ୍ୟ ପରେ ଏହି ପଦକ୍ଷେପ ନିଆଯାଉଛି।

Share