ମହିଳାଙ୍କ ସମେତ ୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୭।୭(ଡି.ଏନ୍‌.ଏ.): ଛତିଶଗଡ଼ ସୁକ୍‌ମା ଏସ୍‌ପିଙ୍କ ନିକଟରେ ଗୁରୁବାର ଜଣେ ମହିଳାଙ୍କ ସମେତ ୨ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଆସୋସୀ ଏବଂ ମୁକେଶ ରାଓ୍ବଡେ। ମହିଳା ମାଓବାଦୀ ଆସୋସୀଙ୍କ ନାମରେ ୮ ଲକ୍ଷ ଏବଂ ମୁକେଶଙ୍କ ନାମରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା। ଅନେକ ବଡ଼ ହିଂସାକାଣ୍ଡରେ ଦୁହେଁ ସାମିଲ ଥିଲେ ବୋଲି ସୁକ୍‌ମା ଏସ୍‌ପି ଶରତ ସିହ୍ନା ସୂଚନା ଦେଇଛନ୍ତି। ଏମାନଙ୍କ ଆତ୍ମସମର୍ପଣ ମାଓବାଦୀ ସଙ୍ଗଠନ ପାଇଁ ଶକ୍ତ ଝଟକା। ପୋଲିସ ଏମାନଙ୍କଠାରୁ ମାଓବାଦୀ ଗତିବିଧି ବିଷୟରେ ଅନେକ ତଥ୍ୟ ହାସଲ କରିପାରିବ ବୋଲି ଆଶା ରଖିଛି।

Share