ଆୟ ବହିର୍ଭୂତ

ବିଗତ କିଛି ଦଶନ୍ଧି ଧରି ଭାରତୀୟ ଛାତ୍ରୀଛାତ୍ରଙ୍କ ମନରେ ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମ ପ୍ରତି ପ୍ରବଳ ଦୁର୍ବଳତା ରହିଆସିଥିବା ଲକ୍ଷ୍ୟ କରାଯାଇଛି। ଇଞ୍ଜିନିୟରିଂ ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଓ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ସକାଶେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି)ରେ ଉତ୍ତୀର୍ଣ୍ଣ ହେବା ଲାଗି ଯୁକ୍ତ ୨ ବିଜ୍ଞାନ ପିଲାଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଦେଖାଯାଉଛି। ଏପରିକି ରାଜସ୍ଥାନର କୋଟା ଭଳି ଛୋଟିଆ ସହରରେ ଏଥିପାଇଁ କୋଚିଂ ନେବାକୁ ଯାଇ ବିଫଳ ହୋଇ କିଛି ଛାତ୍ରୀଛାତ୍ର ଆତ୍ମହତ୍ୟା କରିବାର ଦୁଃଖଦ ଖବର ଶୁଣିବାକୁ ମିଳୁଛି। ଯେଉଁ ମାତାପିତା ନିଜ ପିଲାଙ୍କ ଉପରେ ପ୍ରବଳ ଚାପ ପକାଇ ଚାକିରିର ସ୍ବପ୍ନ ଦେଖୁଛନ୍ତି, ସେହିଭଳି ପିଲାଙ୍କର ମାନସିକତା ବିରକ୍ତିଭାବ ଆଡ଼କୁ ଯାଇ ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ ଟାଣି ନେଉଛି। ଇଞ୍ଜିନିୟର, ଡାକ୍ତର କିମ୍ବା ଆଇଏଏସ୍‌ ବା ଆଇପିଏସ୍‌ ଅଫିସର ଭଳି ଲାଭଦାୟକ ଚାକିରି ପାଇଁ ସମସ୍ତେ ଧାଉଁଥିବାରୁ ଏହିଭଳି ପ୍ରବଳ ପ୍ରତିଯୋଗିତା ଲାଗି ରହିଛି। ଅବଶ୍ୟ ଏବେ ଅଳ୍ପ ଅଭିଭାବକ ବୁଝିଲେଣି ଏବଂ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ଯାଇ ପିଲାଙ୍କ ପାଠପଢ଼ାରେ ଅଯଥା ଚାପ ପକାଉ ନାହାନ୍ତି। ତେବେ ସେମାନଙ୍କ ସଂଖ୍ୟା ଅତି ନଗଣ୍ୟ।
ଆଜିର ସ୍ଥିତି ଦେଖିଲେ ଛାତ୍ରୀଛାତ୍ରଙ୍କ ପସନ୍ଦରେ ପରିବର୍ତ୍ତନ ଆସୁଥିବା ଲକ୍ଷ୍ୟ କରାଗଲାଣି। ଏହାର ସଦ୍ୟ ଦୃଷ୍ଟାନ୍ତ ହେଉଛି ଯୁକ୍ତ ୨ ପରେ ସ୍ନାତକ ଶ୍ରେଣୀରେ ନାମ ଲେଖାଇବା ପାଇଁ କରାଯାଇଥିବା କମନ୍‌ ୟୁନିଭର୍ସିଟି ଏନ୍‌ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି)ରେ ଚଳିତ ବର୍ଷ ୨୨,୮୩୬ ବିଦ୍ୟାର୍ଥୀ ୧୦୦ ପର୍ସେଣ୍ଟାଇଲ୍‌ ରଖିଛନ୍ତି, ଯାହା ଗତବର୍ଷ ଥିଲା ୨୧,୧୫୯। ଫଳାଫଳରୁ ଜଣାପଡ଼ିଛି ଯେ, ୨ ଲକ୍ଷ ୫୪ ହଜାର ପ୍ରାର୍ଥୀ ୯୫ ଓ ତଦୂର୍ଦ୍ଧ୍ୱ ପର୍ସେଣ୍ଟାଇଲ ହାସଲ କରିଛନ୍ତି, ଯେଉଁମାନଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ୪୫ ହଜାର ପାଖାପାଖି ଅଧିକ ରହିଛି। ଦେଶର ୨୦୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରେ ପ୍ରାୟ ୩ ଲକ୍ଷ ସ୍ନାତକ ସିଟ୍‌ ଥିବା ବେଳେ ଚଳିତବର୍ଷ ୧୬ ଲକ୍ଷରୁ ଅଧିକ ବିଦ୍ୟାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ସେଥିପାଇଁ ଏବେକାର ଫଳ ଦେଖିଲେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ପର୍ସେଣ୍ଟାଇଲ ହାସଲ କରିଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୩ ଲକ୍ଷ ପାଖାପାଖି ପହଞ୍ଚତ୍ୟାଉଛି।
ବାୟୋଲୋଜି ବା ବାୟୋଟେକ୍ନୋଲୋଜିଠାରୁ ଆରମ୍ଭ କରି ଅର୍ଥନୀତି, ଆକାଉଣ୍ଟାନ୍ସି, ଗଣିତ, ଇତିହାସ, ପଦାର୍ଥ ବିଜ୍ଞାନ ଓ ରାଜନୀତି ବିଜ୍ଞାନରେ ଚାହିଦା ଯଥେଷ୍ଟ ବଢ଼ିଛିି। ସେହିଭଳି ଇଂଲିଶ, ମନସ୍ତତ୍ତ୍ୱ, ସମାଜବିଜ୍ଞାନ ଭଳି ହ୍ୟୁମାନିଟିଜ୍‌ ପାଠ୍ୟକ୍ରମ ପଢ଼ିବା ଲାଗି ପିଲାଙ୍କ ମଧ୍ୟରେ ଆଗ୍ରହ ବଢ଼ିଥିବା ସିୟୁଇଟି ଫଳାଫଳରୁ ଜଣାପଡ଼ିଛି। ଏସବୁକୁ ଲକ୍ଷ୍ୟକରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ମେଡିକାଲ ଓ ଇଞ୍ଜିନିୟରିଂ ଢାଞ୍ଚାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଠ ପଢ଼ିବା ଲାଗି ଆସନ୍ତାବର୍ଷ କମନ୍‌ କାଉନ୍‌ସେଲିଂ କରିବା ସକାଶେ ଚିନ୍ତା କଲାଣି।
ଆଜିର ଜଗତୀକରଣ ଯୁଗରେ ନୂଆ କ୍ଷେତ୍ରରେ ଚାହିଦା ବଢ଼ିବାରେ ଲାଗିଛି। ସେହିସବୁ ଚାହିଦାକୁ ଅନିଶା କରି ଯେଉଁମାନେ ନିଜର ଦକ୍ଷତାକୁ ବିନିଯୋଗ କରିପାରୁଛନ୍ତି ସେମାନେ ସଫଳ ହେଉଥିବା ଲକ୍ଷ୍ୟ କରାଯାଉଛି। ପୂର୍ବରୁ ଶାରୀରିକ ଶିକ୍ଷା ବା ଫିଜିକାଲ ଏଜୁକେଶନ ଏତେଟା ଗୁରୁତ୍ୱ ପାଇ ନ ଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ କ୍ରୀଡ଼ାର ପରିଭାଷା ଓ ପରିସର ବ୍ୟାପ୍ତ ହୋଇଥିବାରୁ ଏଭଳି ଶିକ୍ଷାର ଆବଶ୍ୟକତା ବଢ଼ିଛି। ଭାରତର ଜନସଂଖ୍ୟାକୁ ଦେଖିଲେ କ୍ରୀଡ଼ା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରର ସଫଳତା ଖୁବ୍‌ କମ୍‌। ସ୍କୁଲ ସ୍ତରରୁ ଖେଳ କେବଳ ମାତ୍ର ଏକ ପିରିୟଡ୍‌ରେ ସୀମିତ ହୋଇ ରହିଯାଏ। ସର୍ବାଧିକ ପ୍ରାଥମିକତା ପାଠପଢ଼ାକୁ ଦିଆଯାଇଥାଏ। ଖେଳରେ ସମୟ ନଷ୍ଟ ନ କରି ପାଠପଢ଼ାରେ ମନ ଦେବା ଲାଗି ମାତାପିତା ବାଧ୍ୟ କରିଥାଆନ୍ତି। ପାଶ୍ଚାତ୍ୟକୁ ଦେଖିଲେ କେବଳ ଖେଳ ନୁହେଁ, ଉଦ୍ୟୋଗ ପ୍ରତି ମଧ୍ୟ କମ୍‌ ବୟସରୁ ପିଲାଙ୍କର ଆକର୍ଷଣ ରହିଥାଏ। ଅନ୍ୟପକ୍ଷରେ ଭାରତରେ କିଏ କେତେ ବଡ଼ ପଦବୀରେ ରହି କେତେ ଅର୍ଥ ଉପାର୍ଜନ କରୁଛି, ତାହାକୁ ତୁଳନା କରି ଦେଖାଯାଇଥାଏ। ଚାକିରିଆ ମାନସିକତା ଚରିତ୍ରଗତ ହେଇଯାଇଥିବାରୁ ଅଭିନବତ୍ୱ କିମ୍ବା ନିଜ ଚିନ୍ତାକୁ ନେଇ ନୂଆ ଉଦ୍ୟୋଗ ଗଢ଼ିବା ଲାଗି କଷ୍ଟ ସ୍ବୀକାର କରିବାକୁ ଅନେକେ ଅମଙ୍ଗ ହେଉଛନ୍ତି। ସେହିଭଳି ଖେଳ କ୍ଷେତ୍ରରେ ସଫଳତା ପାଇବା ପାଇଁ ଯେଉଁ କଠିନ ପରିଶ୍ରମ ଦରକାର, ସେଥିପ୍ରତି ଅନେକେ ମନ ବଳାଇ ନ ଥାଆନ୍ତି।
ଏଥିରୁ ବୁଝିବାକୁ ହେବ ଯେ, କେବଳ ଚାକିରି ମାୟାରେ ଭାରତର ସବୁ ପିଲା ପାଠ ପଢ଼ୁଛନ୍ତି। ହୁଏତ ଚାକିରିର ଆବଶ୍ୟକତା ନ ଥିଲେ ଅଧିକାଂଶ ପାଠ ମଧ୍ୟ ପଢ଼ନ୍ତେ ନାହିଁ। ଚାକିରିରେ ବି ଚାକିରି ଅଛି। ଆଇଏଏସ୍‌, ଆଇପିଏସ୍‌ ଅଫିସର କିମ୍ବା ସରକାରୀ ଇଞ୍ଜିନିୟର ବା ଡାକ୍ତର ସମସ୍ତଙ୍କ ଇଚ୍ଛା ଆୟବହିର୍ଭୂତ ଅସାଧାରଣ ଜୀବନଯାପନ କରିବାକୁ।


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri