Posted inଜାତୀୟ

ପୂର୍ବତନ ଏନ୍‌ଏସ୍‌ଇ ସିଇଓଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବାଇ,୧୮।୨:ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚିତ୍ରା ରାମକ୍ରିଷ୍ଣାଙ୍କ ବାସଭବନରେ ଗୁରୁବାର ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ୨୦୧୬ରେ ଏନ୍‌ଏସ୍‌ଇରୁ ଇସ୍ତଫା ଦେଇଥିବା ଚିତ୍ରା ବହୁ ବେଆଇନ କାର୍ଯ୍ୟରେ ସାମିଲ ଥିବା ଜଣାପଡ଼ିଥିଲା। ତାଙ୍କ ବିରୋଧରେ ସେବି (ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ) ୩ କୋଟି ଟଙ୍କାର ଜରିମାନା ଲଗାଇଥିଲା।
ହିମାଳୟରେ ରହୁଥିବା ଜଣେ ସନ୍ଥ ତାଙ୍କୁ ଏନ୍‌ଏସ୍‌ଇ ସମ୍ପର୍କରେ ନିର୍ଦ୍ଦେଶ ଦେବା ସହ ବାର୍ତ୍ତା ପଠାଉଥିଲେ ବୋଲି ଚିତ୍ରା ପୂର୍ବରୁ କହିଥିଲେ। ଉକ୍ତ ଯୋଗୀଙ୍କ ସହ ଏନ୍‌ଏସ୍‌ଇର ପୂର୍ବତନ ସିଇଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିନିମୟ କରିଥିବା ଅଭିଯୋଗ ହୋଇଛି। ସେ ଏନ୍‌ଏସ୍‌ଇର ସାଂଗଠନିକ ଢାଞ୍ଚା, ଡିଭିଡେଣ୍ଡ ସ୍ଥିତି, ଆର୍ଥିକ ଫଳାଫଳ, ମାନବ ସମ୍ବଳ ନୀତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ତଥ୍ୟ ଉକ୍ତ ଯୋଗୀଙ୍କୁ ପ୍ରଦାନ କରିଥିଲେ। ୨୦୧୪ରୁ ୨୦୧୬ ମଧ୍ୟରେ ସେ rigyajursama@outlook.comକୁ ଇ-ମେଲ୍‌ ପଠାଇଥିଲେ। ଉକ୍ତ ଯୋଗୀ ଜଣକ ଆନନ୍ଦ ସୁବ୍ରମଣ୍ୟନ ବୋଲି ବିଶ୍ୱାସ କରାଯାଉଛି। ତାଙ୍କୁ ଚିତ୍ରା ଏନ୍‌ଏସ୍‌ଇକୁ ଆଣିଥିଲେ ବୋଲି ଜଣାପଡ଼ିଛି। ଉପରୋକ୍ତ ଇ-ମେଲ୍‌ ଆଇଡି ସହ ଯୋଗୀ ସମ୍ପୃକ୍ତ ଥିଲେ। ସୁବ୍ରମଣ୍ୟନ୍‌ ୨୦୧୩ରୁ ୨୦୧୫ ମଧ୍ୟରେ ଏନ୍‌ଏସ୍‌ଇରେ ଚିଫ୍‌ ଷ୍ଟ୍ରାଟେଜିକ୍‌ ଆଡଭାଇଜର ଥିଲେ। ପୂର୍ବରୁ ବାଲମେର ଏବଂ ଲୟରିର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ସୁବ୍ରମଣ୍ୟନଙ୍କର ପୁଞ୍ଜି ବଜାର ଉପରେ ଅଭିଜ୍ଞତା ନ ଥିଲା। କିନ୍ତୁ ତାଙ୍କର ବାର୍ଷିକ ବେତନକୁ ୧୫ ଲକ୍ଷରୁ ୧.୬୮ କୋଟିକୁ ବଢ଼ାଇ ଦିଆଯାଇଥିଲା। ୨୦୧୭ରେ ଏହି ବେତନ ପରିମାଣ ୪.୨୧ କୋଟିରେ ପହଞ୍ଚତ୍ଥିଲା। ଏନ୍‌ଏସ୍‌ଇରେ ଏହା ସର୍ବାଧିକ ବେତନ ବୃଦ୍ଧି ଥିଲା। ସୁବ୍ରମଣ୍ୟନଙ୍କ ମୁମ୍ବାଇ ଘର ଉପରେ ମଧ୍ୟ ଆୟକର ଚଢ଼ାଉ ହୋଇଛି।
ଅନ୍ୟପକ୍ଷରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ କାରବାର ଉପରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ନୀରବତାକୁ ନେଇ ଗୁରୁବାର କଂଗ୍ରେସ ପ୍ରଶ୍ନ ଉଠାଇଛି। ଚିତ୍ରା ଯୋଗୀଙ୍କ ଦ୍ୱାରା ପରିଚାଳିତ ହେଉଥିଲେ ବୋଲି ସେବି କହିବା ପରେ ଏହା ଖବରର ଶିରୋନାମା ମଣ୍ଡନ କରିଥିଲା। ବାବା ଏନ୍‌ଏସଇ୍‌କୁ ଚଳାଇବା ଖବର ଉପରେ ମୋଦି ସରକାର-ଅର୍ଥ ମନ୍ତ୍ରଣାଳୟ-କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ-ଏସ୍‌ଏଫ୍‌ଆଇଓ-ଏଫଆଇୟୁ-ସିବିଆଇ-ଇଡିର ନୀରବତା ନେଇ ଗତ ୧୫ ତାରିଖରେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ପ୍ରଶ୍ନ କରିଥିଲେ। ବହୁ ବିଳମ୍ବରେ ଆୟକର ବିଭାଗର ନିଦ ଭାଙ୍ଗିଛି। ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ୩୦୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜି ଥିବା ଏନ୍‌ଏସ୍‌ଇକୁ ଜଣେ ବାବା କିପରି ଦୂରରେ ରହି ନିୟନ୍ତ୍ରଣ କରୁଥିଲେ ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି। ଏହି ବାବା ଏବେ କେଉଁଠି ଏବଂ ତାଙ୍କ ଆଇପି ଠିକଣାକୁ ବାହାର କରାଯାଇପାରିନାହିଁ କାହିଁକି ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ବୋଲି ସୁର୍ଜଓ୍ବୋଲା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri