Categories: ଜାତୀୟ

ମନା କରିବା ପରେ ମଧ୍ୟ ଗ୍ୟାଲେଣ୍ଟ୍ରି ପଦକ ପାଇଥିବା ସୈନିକମାନଙ୍କ ପେନସନରୁ ଆୟକର କଟାଯାଉଛି…

ନୂଆଦିଲ୍ଲୀ,୨୬।୮ : ବ୍ୟାଙ୍କଗୁଡିକ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସୁରକ୍ଷା ବାହିନୀ ଏବଂ ପୋଲିସ ସଂଗଠନର ଗ୍ୟାଲେଣ୍ଟ୍ରି ପଦକ ପାଇଥିବାେ କର୍ମଚାରୀଙ୍କ ପେନସନରୁ ଆୟକର କାଟୁଛନ୍ତି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଅଧୀନରେ ଥିବା କେନ୍ଦ୍ରୀୟ ପେନସନ ଆକାଉଣ୍ଟିଂ କାର୍ଯ୍ୟାଳୟ ପକ୍ଷରୁ ଏଭଳି ଅଭିଯୋଗ ଗ୍ରହଣ କରାଯାଇଛି। ଆଇଟି ଆକ୍ଟର ଧାରା ୧୦ ଧାରା ୧୮ (ଆଇ) ର ବ୍ୟବସ୍ଥା ଅନୁଯାୟୀ, କେନ୍ଦ୍ର ସରକାର ସିବିଡିଟି ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ ଆୟକର ପରିପ୍ରେକ୍ଷୀରେ ଗ୍ୟାଲେଣ୍ଟ୍ରି ପଦକ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପେନସନ ଛାଡ଼ କରିଛନ୍ତି।

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଅଧୀନରେ ଥିବା କେନ୍ଦ୍ରୀୟ ପେନସନ ଆକାଉଣ୍ଟିଂ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଏକ କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ ଏହା ଦେଖାଯାଇଛି ବହୁ ପ୍ରାଧିକୃତ ବ୍ୟାଙ୍କ ଗ୍ୟାଲେଣ୍ଟ୍ରି ପଦକ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପେନସନରୁ ଆୟକର କାଟୁଛନ୍ତି। ଏହା ନିୟମ ବିରୁଦ୍ଧ ଅଟେ। ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ, ୨୪ ନଭେମ୍ବର ୨୦୦୦ ରେ ସିବିଡିଟି ଦ୍ୱାରା ଜାରି ବିଜ୍ଞପ୍ତିରେ ଆଇଟି ଆକ୍ଟର ଧାରା ୧୦ ଧାରା ୧୮ (ଆଇ)ରେ ଏକ ବ୍ୟବସ୍ଥା କରିଥିଲେ ଯେ ଆୟକର କାଟ ହେବ ନାହିଁ।। ତାଙ୍କ ପେନସନ ଆୟକରରୁ ମୁକ୍ତ ହେବ।

ଅର୍ଥ ମନ୍ତ୍ରଣାଳୟ ମଧ୍ୟ ୧୨ ମଇ ୨୦୨୧ ରେ ଏକ କାର୍ଯ୍ୟାଳୟ ସ୍ମାରକପତ୍ର ଜାରି କରିଥିଲା। ଏଥିରେ ସମସ୍ତ ପ୍ରାଧିକୃତ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଗ୍ୟାଲେଣ୍ଟ୍ରି ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ଦ୍ୱାରା ପ୍ରାପ୍ତ ପେନସନ ଉପରେ ଆୟକର କଟାଯିବ ନାହିଁ। ଏହା ସତ୍ତ୍ୱେ ପେନସନ ଉପରେ ଆୟକର କଟାଯାଉଛି।

 

Share