ଚେନ୍ନାଇ,୭।୧୦-ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସହଯୋଗୀ ଭିକେ ଶଶିକଳାଙ୍କର ୨୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଆୟକର ବିଭାଗ। ସିରୁଥାଭୁର ଓ କୋଡାନାଡୁରୁ ଏହି ସମ୍ପତ୍ତି ଗୁଡିକ ରହିଛି। ବେନାମୀ ସମ୍ପତ୍ତି ଆକ୍ଟ ଅନୁଯାୟୀ ବୁଧବାର ଶଶିକଳାଙ୍କ ଏହି ସମ୍ପତ୍ତିକୁ ଜବତ କରାଯାଇଛି। ଜବତ ସମସ୍ତ ସମ୍ପତ୍ତି ଶଶିକଳା ଏବଂ ତାଙ୍କ ଦୁଇ ସମ୍ପର୍କୀୟଙ୍କ ନାମରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଆୟକର ବିଭାଗର ବେନାମୀ ପ୍ରୋହିବିଟେସନ ୱିଙ୍ଗ ସବୁଠାରେ ନୋଟିସ ମାରି ଦେଇଛି।