ନିରାକାରପୁର ବଜାରରେ ଆୟକର ବିଭାଗର ଚଢ଼ାଉ

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ବଜାରରେ ଶନିବାର ଜଟଣୀ ଆୟକର ବିଭିଗ ପକ୍ଷରୁ ଦିନ ତମାମ ଏବଂ ସନ୍ଧ୍ୟାରେ ମଧ୍ୟ ଚଢାଉ ଜାରି ରହିଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଭାଗ ପକ୍ଷରୁ ସ୍ପେଶାଲ ପୋଲିସ ସ୍କ୍ବାଡ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି। ତେବେ ଉକ୍ତ ଅଞ୍ଚଳରେ ଥିବା ଗୋଟିଏ ରେଡିମେଡି ଗୋଦାମ ଘରେ ସକାଳ ସାଢ଼େ ୧୧ଟାଠାରୁ ଖବର ଲେଖାହେବା ସୁଦ୍ଧା ଚଢାଉ ଜାରି ରହିଛି। ଏହି ଚଢ଼ାଉ ଦେଖି ଟ୍ୟାକ୍ସ ଫାଙ୍କୁଥିବା ବେପାରୀମାନେ ଦିନ ତମାମ ଦୋକାନ ବନ୍ଦ କରି ଦେଇଛନ୍ତି। ତେବେ ଦୋକାନ ବୋର୍ଡରେ ଜିଏସ୍‌ଟି ଦେଉଥିବା ଲେଖିଥିବା ବେଳେ ଏହି ଚଢ଼ାଉରେ ମଧ୍ୟ ସେମାନେ ଦୋକାନ ବନ୍ଦ କରିଦେଇ ଲୁଚି ବୁଲୁଛନ୍ତି। ଏହି ଚଢ଼ାଉ ଯୋଗୁ ସାମଗ୍ରୀ ନ ପାଇ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆୟକର ଅଧିକାରୀ ବିଜୟ କୁମାର ନାୟକଙ୍କୁ ପଚାରିବାରୁ ଚଢାଉ ଜାରି ରହିଛି ସରିଗଲା ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Share