ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା ଧରି ଜେରା କରିଛି। ଶୁକ୍ରବାର ଆୟକର ବିଭାଗ ବିଶାଳଙ୍କୁ ଝାରସୁଗୁଡାର ଏକ ଘରୋଇ ହୋଟେଲକୁ ଡାକିଥିଲା। ସେଠାରେ ବିଶାଳଙ୍କୁ ଦୀର୍ଘସମୟ ଧରି ଜେରା କରିଥିବା ଜଣାପଡିଛି। ତେବେ କେଉଁଥି ପାଇଁ ଆୟକର ବିଭାଗ ବିଶାଳଙ୍କୁ ଜେରା କରିଥିଲା,ସେନେଇ କିଛି ଜଣାପଡିନାହିଁ।