Categories: ଜାତୀୟ

ପାଟନା କଂଗ୍ରେସ କାର୍ଯ୍ୟାଳୟରେ ଆୟକର ଚଢ଼ଉ; ୮.୫ ଲକ୍ଷ ଟଙ୍କା ଜବତ

ପାଟନା, ୨୨।୧୦: ଆୟକର ବିଭାଗ ପକ୍ଷରୁ ଗୁରୁବାର ବିହାର ପାଟନାସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି। କାର୍ଯ୍ୟାଳୟ ପରିସର ବାହାରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଏଥିସହ ସେହି ବ୍ୟକ୍ତିଙ୍କଠାରୁ ଆୟକର ବିଭାଗ ୮.୫ ଲକ୍ଷ ଟଙ୍କା ଜବତ କରିଛି। ଏନେଇ ବିହାର କଂଗ୍ରେସ ଦାୟିତ୍ୱରେ ଥିବା ଶକ୍ତି ସିଂ ଗୋହିଲ କହିଛନ୍ତି, କାର୍ଯ୍ୟାଳୟ ବାହାରେ ଥିବା ଏକ ଗାଡ଼ିରୁ ଟଙ୍କା ଜବତ ହେବାପରେ ତାଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ଦିଆଯାଇଛି। କାର୍ଯ୍ୟାଳୟ ପରିସର ଭିତରୁ କୌଣସି ଟଙ୍କା ଜବତ କରାଯାଇନାହିଁ। ଆମେ ସହଯୋଗ କରିବୁ। କିନ୍ତୁ ପୂର୍ବରୁ ରକ୍ସୋଲରୁ ଭାଜପା ପାର୍ଥୀଙ୍କଠାରୁ ୨୨ କିଲୋଗ୍ରାମ ସୁନା ଓ ୨.୫ କିଲୋଗ୍ରାମ ରୂପା ଜବତ କରାଯାଇଥିଲା। ଆୟକର ବିଭାଗ କାହିଁକି ସେଠାକୁ ଯାଉନାହାନ୍ତି ବୋଲି ଶକ୍ତି ପ୍ରଶ୍ନ କରିଛନ୍ତି।

Share