ନବ ଦାସଙ୍କ ପୁଅଙ୍କ ପିଏଙ୍କ ଘରେ ଆଇଟି ରେଡ୍‌

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ପିଏଙ୍କ ଘରେ ଶନିବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ ଦାସଙ୍କ କୋଲାବିରା ଘରେ ଏହି ରେଡ କରାଯାଇଛି। ୨ ଜଣିଆ ଆୟକର ଟିମ ପକ୍ଷରୁ ଖୋଳତାଡ଼ ଚାଲିଛ। ଗତକାଲି ରାତିରେ ଆୟକର ବିଭାଗ ବିଶାଳ ଦାସଙ୍କୁ ଝାରସୁଗୁଡାର ଏକ ଘରୋଇ ହୋଟେଲକୁ ଡାକି ୪ ଘଣ୍ଟା ଧରି ଜେରା କରିଥିଲା।

Share