୭୫ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ଛାଡ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଘୋଷଣା କରାଯାଇଛି। ୭୫ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଆୟକର ଛାଡ କରାଯାଇଛି। ପ୍ରବାସୀ ଭାରତୀୟଙ୍କ ଲାଗି ଟିକସ ନିୟମରେ କେତେକ ପରିର୍ତ୍ତନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେହିପରି ଡିଜିଟାଲ କାରବାରକାରୀଙ୍କୁ ସୁବିଧା ଯୋଗାଇ ଦିଆଯିବ। ୨.୫ ଲକ୍ଷ ସ୍ଲାବ୍‌ ପର୍ଯ୍ୟନ୍ତ ଆୟକର ମୁକ୍ତ ଘୋଷଣା କରାଯାଇଛି। ସେହିପରି ୨.୫ ରୁ ୫ ଲକ୍ଷ ସ୍ଲାବ୍‌ ପର୍ଯ୍ୟନ୍ତ ୫ ପ୍ରତିଶତ ଆୟକର ଲାଗିବ। ତେବେ ଏହା ଉପରେ ସରକାରଙ୍କ ପକ୍ଷରୁ ୧୨,୫୦୦ ଟଙ୍କାର ରିବେଟ୍‌ ପ୍ରଦାନ କରାଯିବ। ଫଳରେ ଏହାର ପରିମାଣ ଶୂନ ହୋଇଯିବ। ଅର୍ଥାତ୍‌ ୫ ଲକ୍ଷ ଟଙ୍କା ଆୟ ସୀମା ପର୍ଯ୍ୟନ୍ତ ଆୟକର ଲାଗିବ ନାହିଁ।

Share