Advertisement

ଦୁଇ ବ୍ୟବସାୟୀଙ୍କ ଘରେ ଆୟକର ଚଢଉ, ଆୟକର ଫାଙ୍କିବା ଅଭିଯୋଗରେ…

ଗଜପତି,୨୦।୩(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଗୁରୁବାର ଭୋରରେ ପାରଳାଖେମୁଣ୍ଡି ସୁଣ୍ଡି ସାହିର ଦୁଇ ବ୍ୟବସାୟୀ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀ ହେଲେ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକାର। ଦୁଇ ଭାଇ ମଦ କାରବାର ସହ ବସ୍ ମାଲିକ ହୋଇଥିବା ସୂଚନା।

ସୂଚନାଥାଉ କି, ଆୟକରର ୧୪ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ଜାରି ରହିଛି । ମଦ, ବସ, କାଠ, ଗୃହ ନିର୍ମାଣ ସାମଗ୍ରୀ ଆଦି ବ୍ୟବସାୟ କରୁଥିବାବେଳେ ଦୁଇଭାଇଙ୍କ ନାଁରେ ପ୍ରାୟ ୭୦ଏକର ଜମି ମଧ୍ୟ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel