ଯୋଡ଼ା,୧ା୬(ଡି.ଏନ୍.ଏ.): ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ ମହୁଲଶୁଖା ପିଏମ୍ପି ଖଣି, ଯୋଡ଼ା ପିଏମ୍ପି ଅଫିସ, ପିଏମ୍ପି ମୁଖ୍ୟ ମାଲିକ ଏସ୍.କେ ପଟ୍ଟନାୟକଙ୍କର ଘର,ଅଂଶୀଦାର ଜିତୁ ପଟ୍ଟନାୟକଙ୍କର ଘର, ଛତିଶଗଡ଼ ପିଏମ୍ପି ରାୟଗଡ଼ ପ୍ଲାଣ୍ଟରେ ଚଢ଼ାଉ ହେଉଛି। ଆୟକର ବିଭାଗର ୨ ଟିମ୍ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଆୟକର ବିଭାଗ ବନେଇକଳା ଛକରେ ଥିବା ଖଣି ଅଫିସରେ କାମ କରୁଥିବା କର୍ମଚାରୀଙ୍କ ମୋବାଇଲ ସିଜ କରିଛି। ଏହା ସହ ଜିତୁଙ୍କ ଅଫିସ ଓ ଘରେ କାଗଜପତ୍ର ଯାଞ୍ଚ କରୁଛି।