Categories: ଜାତୀୟ

ଏସ ଜଗତରାସ୍କନଙ୍କ ସହ ଜଡିତ ୪୦ରୁ ଅଧିକ ସ୍ଥାନରେ ଚଢାଉ କଲା ଆୟକର ବିଭାଗ

ଚେନ୍ନାଇ,୫।୧୦: ଆୟକର ବିଭାଗ ଡିଏମକେ ସାଂସଦ ଏସ ଜଗତରାସ୍କନଙ୍କ ସହ ଜଡିତ ୪୦ରୁ ଅଧିକ ସ୍ଥାନରେ ସର୍ଚ୍ଚ ଅପରେଶନ କରିଛନ୍ତି। ଗୁରୁବାର ସକାଳେ ଚେନ୍ନାଇର ଟି-ନଗରରେ ଆୟକର ବିଭାଗର ଅଧିକାରୀମାନେ ଚଢାଉ କରିଥିଲେ। ଏହାପୂର୍ବରୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆମ ଆଦମୀ ପାର୍ଟି (ଏଏପି)ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ସରକାରୀ ବାସଭବନରେ ଚଢାଉ କରିବା ପରେ ତାଙ୍କୁ ଗିରଫ କରିଥିଲେ। ଜଗତରାସ୍କନଙ୍କ କେତେକ ଶିକ୍ଷାନୁଷ୍ଠାନ ସମେତ ଅନେକ ସ୍ଥାନରେ ଆୟକର ବିଭାଗ ସର୍ଚ୍ଚ ଜାରି ରଖିଛନ୍ତି।

Share